ଉଚ୍ଚ ପଦବୀ ଲୋଭରେ ୨୫ ଲକ୍ଷ ଠକାମୀର ଶୀକାର ହେଲେ ଅଭିନେତ୍ରୀ ଦିଶା ପଠାନୀ ଙ୍କ ବାପା ।
1 min readଉଚ୍ଚ ପଦବୀ ଲୋଭରେ ଫସିଲେ ଅଭିନେତ୍ରୀ ଦିଶା ପଠାନୀଙ୍କ ବାପା ଜଗଦୀଶ ସିଂ ପଠାନୀ । ତେବେ ଦିଶାଙ୍କ ବାପା ଜଣେ ଅବସରପ୍ରାପ୍ତ ପୋଲିସ ଅଧୀକ୍ଷକ ଅଟନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ବରେଲିର କୋଟୱାଲୀ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏଫଆଇଆରରେ ଦିଶାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଶିବଚନ୍ଦ୍ର ପ୍ରତାପ ସିଂ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲେ, ତାଙ୍କୁ ଦୀପକ ଗର୍ଗ ଏବଂ ଆଚାର୍ଯ୍ୟ ଜୟପ୍ରକାଶଙ୍କ ସହ ପରିଚିତ କରାଇଥିଲେ। ସେ ସେଲିବ୍ରିଟିଙ୍କ ପିତାଙ୍କୁ ଚେୟାରମ୍ୟାନ୍ କିମ୍ବା ଉପାଧ୍ୟକ୍ଷଙ୍କ ଭଳି ଏକ ସମ୍ମାନଜନକ ସରକାରୀ ପଦବୀ ସୁରକ୍ଷିତ କରିବାରେ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଥିଲେ ।
ଆଉ ଏଥିପାଇଁ ସେମାନେ ଅଭିନେତ୍ରୀଙ୍କ ବାପାଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଥିଲେ । ସେମାନେ ଗୋଟେ ଆକାଉଣ୍ଟରୁ ନନେଇ ଭିନ୍ନ ଭିନ୍ନ ୩ଟି ଆକାଉଣ୍ଟରୁ ନେଇଥିଲେ । କିନ୍ତୁ ଏସବୁକୁ ୩ ମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରମୋସନ ମିଳିନାହିଁ । ଓଲଟା ତାଙ୍କୁ ଧମକ ମିଳିଛି । ତେଣୁ ଅଭିନେତ୍ରୀଙ୍କ ବାପା କିଛି ଉପାୟ ନପାଇ ତୁରନ୍ତ ସାଇବର ଥାନାର ଦ୍ୱାରସ୍ତ ହୋଇଥିଲେ ।