Pratidin TV

Odisha's Digital News Platform

କୃଷ୍ଣ ପ୍ରେମରେ ବିଭୋର ଅଭିନେତ୍ରୀ ; ଗ୍ଲାମର ଦୁନିଆ ସହ ଛାଡିଲେ ଘର ସଂସାର …

1 min read

ନୂଆଦିଲ୍ଲୀ : କୃଷ୍ଣ ତାଙ୍କ ନାମରେ ହିଁ ରହିଛି ମଧୁରତା । ସଭିଙ୍କୁ ତାଙ୍କ ଲୀଳା ଜଣା । ଆଜି ତାଙ୍କର ପବିତ୍ର ଜନ୍ମଦିନରେ ଉତ୍ସବ ମୁଖର ସାରା ଭାରତ । ଗାଁ ଠୁ ସହର ସବୁଠି ଚାଲିଛି ସଜାସଜି , ଭଳିକି ଭଳି ଝୁଲଣାକୁ ସଜାଇ ଆଜ ପୁଣି ଭଗବାନଙ୍କୁ ଧରାପୃଷ୍ଠକୁ ସ୍ୱାଗତ କରିବେ ଭକ୍ତଗଣ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଲୀଳାମୟ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ଅଧର୍ମ ବଢ଼ିବଢ଼ି ଚାଲିଥିଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ରୂପରେ ଧରାବତରଣ କରିଥିଲେ । ତେବେ କୃଷ୍ଣଙ୍କ ମହିମା ଓ ତାଙ୍କ ଳୀଳା କେବଳ ତାଙ୍କ ଭକ୍ତଙ୍କୁ ହିଁ ଜଣା । ସେଥିପାଇଁ ତ ଆଜି ଅନେକ ଦେଶ ବିଦେଶରେ ପୂଜିିତ ସେ । ତାଙ୍କରେ ପ୍ରେମରେ ବାଇ ହୋଇ ବିଦେଶରୁ ଧାଇଁ ଆସିଛନ୍ତି ଓଡିଶା ଅନେକ ଭକ୍ତ । ହଜାର ହଜାର ବିଦେଶିନୀ ସାଜିଛନ୍ତି କୃଷ୍ଣ ପ୍ରେମରେ ଯୋଗନ । ନିଜ ଘର ସଂସାର , ଟଙ୍କା ପଇସା ଲୋଭ ମୋହ ମାୟା ସବୁକୁ ପରିତ୍ୟକ୍ତ କରି ସାଜିଛନ୍ତି କୃଷ୍ଣ ଭକ୍ତ । କେବଳ ସେଇ ହିଁ କୃଷଯଣ ରସକୁ ପାନ କରିଛି ଯିଏ ଏଂ ସଂସାର ମାୟାରୁ ତରିଛି ।
ତେବେ ଆଜି ଆମେ ଆପଣଙ୍କୁ ୩ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ନିଜ ଅଭିନୟ , ଟଙ୍କା ,ପଇସା ଘରଦ୍ୱାର ଛାଡି ଆଜି କୃଷ୍ଣ ପ୍ରେମରେ ବିଭୋର ।

୧- ’ଅନୁପମା’ ସରିଏଲର ନନ୍ଦିନୀ । ଯିଏକି ଘରେ ଘରେ ପରିଚିତ ଥିଲେ । ଗତବର୍ଷ ସେ ସୋସିଆଲ ମିଡିଆ ଜରିଆରେ ଜଣାଇଥିଲେ କି, ସେ ଅଭିନୟ ଛାଡ଼ି କୃଷ୍ଣ ଭକ୍‌ତ ସାଜିଛନ୍ତି ।

Advertisement

୨- ପ୍ରିୟଙ୍କା ପଣ୍ଡିତ ସେହିଭଳି ଭୋଜପୁର ଅଭିନେତ୍ରୀ ପ୍ରିୟଙ୍କା ମଧ୍ୟ କୃଷ୍ଣଙ୍କ ଭକ୍‌ତିରେ ସବୁକିଛି ଛାଡିଦେଇଛନ୍ତି । ଖବର ଅନୁଯାୟୀ କିଛି ବର୍ଷ ପୂର୍ବେ ତାଙ୍କର ଏକ ଏମଏମଏସ ଭିଡିଓ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ସେ ଅଭିନୟ ଛାଡ଼ିବା ସହ ଭଗବାନଙ୍କ ଭକ୍ତି କରିବା ଆରମ୍ଭ କରିଥିଲେ ।


୩- ନୂପୁର ଅଳଙ୍କାର: ଶକ୍ତିମାନ, ଘର କି ବେଟି ଲକ୍ଷ୍ମୀୟାଁ ଭଳି ଘରେ ଘରେ ପରିଚିତ ଟିଭି ସିରିୟଲରେ ଅଭିନୟ କରିଥିବା ନୂପୁର ପରିବାର ସାଙ୍ଗକୁ ଅଭିନୟ ଛାଡ଼ି ଦେଇଛନ୍ତି । କୃଷ୍ଣଙ୍କ ପ୍ରେମରେ ନିଜକୁ ହଜାଇ ଦେଇଥିବା ନଜର ଆସିଛନ୍ତି ।

ତେବେ ବିଶ୍ୱାସ କରାଯାଏ ଯେ ଅନେକ ଲୋକ ନିଜ ସଂସାରିକ ଜୀବନରୁ ଯେତେବେଳେ ଥକି ଯାନ୍ତି ସେହି ସମୟରେ ସେମାନେ ଭାବିବାକୁ ଆରମ୍ଭ କରିଥାନ୍ତି ଯେ ଇଶ୍ୱର ତାଙ୍କୁ କାହିଁକି ସଂସାରକୁ ପଠାଇଛନ୍ତି । ତାଙ୍କର ଉର୍ଦ୍ଦେଶ୍ୟ କଣ ? ଲକ୍ଷ୍ୟ କଣ ? ସେମାନେ କାହିଁକି ସୃଷ୍ଟି ? ଏସବୁର ପ୍ରଶ୍ନର ଉତ୍ତର ଖୋଜି ଶେଷରେ ସେମାନେ ଭଗବାନ କୃଷ୍ଣଙ୍କ ସରଣକୁ ଆସିଥାନ୍ତି ।

Leave a Reply

Your email address will not be published. Required fields are marked *