କୋଲକାତା ମାମଲାରେ ପୋଷ୍ଟ୍ ସେୟାର କରି ରେପ୍ ଧମକ ପାଇଲେ, ସେୟାର କଲେ ସ୍କ୍ରିନସଟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ
1 min readକୋଲକାତା ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ସୁପ୍ରିମକୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ସିବିଆଇ ମଧ୍ୟ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି।
କୋଲକାତା ବଳାତ୍କାର-ହତ୍ୟା ମାମଲାକୁ ବିରୋଧ କରି ପୋଷ୍ଟ କରିବା ପରେ ତୃଣ ମୂଳ କଂଗ୍ରେସର ପୂର୍ବତନ ସଦସ୍ୟ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଦିନ ଅଡୁଆରେ ଫଶିଛନ୍ତି। ମିମି ତାଙ୍କ ପୋଷ୍ଟ୍ରେ କୋଲକାତା ପୁଲିସର ସାଇବର ସେଲ ବିଭାଗକୁ ମଧ୍ୟ ଟ୍ୟାଗ୍ କରିଛି। ଏହାରି ଭିତରେ ଟିଏମ୍ସିର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ ମିଳିଛି।
ସୋସିଆଲ ମିଡିଆରେ ମିମି ଧମକପୂର୍ଣ୍ଣ ମେସେଜର ସ୍କ୍ରିନଶଟ୍ ସେୟାର କରି ଲେଖିଛନ୍ତି,’ଆମେ ଏଠାରେ ମହିଳାମାନଙ୍କ ପାଇଁ ନ୍ୟାୟ ଦାବି କରୁଛୁ। ଏମାନେ ହେଉଛନ୍ତି ସେମନାଙ୍କ ମଧ୍ୟରୁ ଜଣେ, ଯିଏକି ଭିଡ଼ ଭିତରେ ମୁଖାପିନ୍ଧି ଆମେ ମହିଳାଙ୍କ ସହ ଛିଡା ହୋଇଛି କୁହନ୍ତି ଆଉ ବଳାତ୍କାର ଧମକ ମଧ୍ୟ ଦିଅନ୍ତି। ଦୁଷ୍କର୍ମ ଧମକ ସାଧାରଣ ହୋଇଗଲାଣି। କେଉଁ ଲାଳନପାଳନ ଏବଂ ଶିକ୍ଷା ଏହାର ଅନୁମତି ଦିଏ?’ ଏହି ପୋଷ୍ଟକୁ ସେ କୋଲକାତା ପୁଲିସର ସାଇବର ସେଲ ବିଭାଗକୁ ମଧ୍ୟ ଟ୍ୟାଗ କରିଛନ୍ତି।
ତେବେ ଏହି ସମୟରେ ତୃଳମୂଳ କଂଗ୍ରେସର ପୂର୍ବତନ ଏମ୍ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର କହିଛନ୍ତି ଯେ ସେ କୋଲକାତା ବଳାତ୍କାର ଏବଂ ହତ୍ୟା ମାମଲା ସମ୍ପର୍କରେ ପୋଷ୍ଟ ଶେୟାର କରିବା ଦିନଠାରୁ ତାଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଛି ଏବଂ ଅଶ୍ଳୀଳ ବାର୍ତ୍ତା ପଠାଯାଉଛି।