Pratidin TV

Odisha's Digital News Platform

ଲୋକସଭା ନିର୍ବାଚନରେ ଲଢ଼ିବେ ଅଭିନେତ୍ରୀ ରଚନା ଓ ୟୁସୁଫ ପଠାନ, ଏହି ଆସନ ପାଇଁ ମିଳିଲା ଟିକେଟ

1 min read

ହୁଗୁଳିରୁ ନିର୍ବାଚନ ଲଢ଼ିବେ ଭିନେତ୍ରୀ ରଚନା ବାନାର୍ଜୀ | ଏଥର ଲୋକସଭା ନିର୍ବାଚନରେ ପାଦ ଦେବାକୁ ଯାଉଛନ୍ତି ଅଭିନେତ୍ରୀ ରଚନା | ମିଳିଛି ନିର୍ବାଚନରେ ଟିକେଟ | ତୃଣମୂଳ କଂଗ୍ରେସର ଟିକେଟରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ |

ବିମେସି ଅଭିନେତ୍ରୀ ରଚନା ବାନାର୍ଜୀଙଙ୍କୁ ପଶ୍ଚିମବଙ୍ଗର ହୁଗୁଳୀରୁ ପାର୍ଥୀ ଭାବରେ ଚୟନ କରିଛନ୍ତି | ଏବେ କଡା ଟକ୍କର ଦେବାକୁ ଆସୁଛନ୍ତି ରଚନା ବାନାର୍ଜୀ | ନିଜ ଅଭିନୟରେ ମନ ଜିତିଥିବା ଅଭିନେତ୍ରୀ ରାଜନୀତିରେ ମନ ଜିତିପାରୁଛନ୍ତି କି ନାହିଁ ଦେଖିବା ଅଛି ବାକି | ଅଭିନେତ୍ରୀ ରଚନାଙ୍କ କଲିକତାରେ ଅଧିକ ପ୍ରଶଂସକ ଥିବାରୁ ତାଙ୍କୁ ଏଠାରେ ପାର୍ଥୀ କରିବା ପାଇଁ ଚୟନ କରାଯାଇଛି | ବିମେସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଉପରେ ଏବେ ଭରସା ରଖି ତାଙ୍କୁ ଏଥର ଚୟନ କରିଛନ୍ତି |

Advertisement

ଅଭିନେତ୍ରୀ ରଚନା ବାନାର୍ଜୀ ବହୁ ବେଶ ପରିଚିତ | ଅଭିନେତ୍ରୀ ପଶ୍ଚିମବଙ୍ଗର ହୋଇଥିଲେ ମଧ୍ୟ ସେ ଓଡ଼ିଆ ଫିଲ୍ମ ମଧ୍ୟ କରିଛନ୍ତି | ଓଡ଼ିଆ ଇଣ୍ଡଷ୍ଟ୍ରିରେ ସେ ବହୁ ଜଣାଶୁଣା ଅଭିନେତ୍ରୀ | ତାଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଖାପାଖି ୨୦ରୁ ୩୦ଟି ମୁଖ୍ୟ ଭୂମିକା ଭାବରେ ଅଭିନୟ କରିସାରିଲେଣି | ସେତିକି ନୁହେଁ ସେ ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ବହୁ ଜଣାଶୁଣା ଅଭିନେତ୍ରୀ |

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଜି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ। ଟିଏମ୍‌ସି ଘୋଷଣା କରିଥିବା ଏହି ୪୨ ଜଣିଆ ତାଲିକାରେ ଦୁଇ ୱାର୍ଲ୍ଡ ଚାମ୍ପିଅନ ୟୁସୁଫ୍‌ ପଠାନ୍‌ ଓ କୀର୍ତ୍ତି ଆଜାଦଙ୍କ ନାଁ ମଧ୍ୟ ରହିଛି। ବହରାମପୁରରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ୟୁସୁଫ୍‌ ପଠାନ। ସେହିପରି କ୍ରିଷ୍ଣାନଗରରୁ ପୁଣି ମହୁଆ ମୈତ୍ରଙ୍କୁ ମିଳିଛି ଟିକେଟ୍। ଆସାନସୋଲରୁ ଶତୃଘ୍ନ ସିହ୍ନା ପ୍ରାର୍ଥୀ ହୋଇଛନ୍ତି। ଆଜି କୋଲକାତାରେ ବିଶାଳ ସମାବେଶ କରି ଟିଏମସି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇସାରିଛି । ଏହି ଅବସରରେ ସମସ୍ତ ପ୍ରାର୍ଥୀମାନେ ମମତାଙ୍କ ସହ କରିଛନ୍ତି ରାଲି ।

Leave a Reply

Your email address will not be published. Required fields are marked *