Pratidin TV

Odisha's Digital News Platform

ନୂଆବର୍ଷରେ ସାମ୍ନାକୁ ଆସିଲା ବିବାହ ତାରିଖ ,ଏହିଦିନ ବିବାହ କରିବେ ଅଭିନେତ୍ରୀ ରକୁଳ ଓ ଜ୍ୟାକି ..

ଆରମ୍ଭ ହୋଇଛି 2024 । ଆଉ ନୂଆବର୍ଷ ଆସୁ ଆସୁ ବଲିଉଡରୁ ଆସିଲା ଖୁସି ଖବର। ପୁଣି ବଲିଉଡରେ ବାଜିବା ଶେହେନାଇ। ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଦୁଇ ପ୍ରେମୀଯୁଗଳ । ମିଡିଆ ରିପୋର୍ଟରେ ଶୁଣିବାକୁ ମିଳୁଛି ଯେ ଜଣେ ବଡ଼ ସେଲିବ୍ରିଟିଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଛି। 2024 ମସିହାରେ ରକୁଲ ପ୍ରୀତ ସିଂ ତାଙ୍କ ଦୀର୍ଘ ଦିନର ପ୍ରେମିକ ଜ୍ୟାକି ଭାଗ୍ନାନୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ରାକୁଲ ପ୍ରୀତ ସିଂ 2024 ମସିହାରେ ଜ୍ୟାକି ଭଗ୍ନାନୀଙ୍କୁ ବିବାହ କରିବେ। ଫେବୁଆରୀରେ ଦୁହେଁ ବିବାହ କରିବେ। ରକୁଲ ଏବଂ ଜ୍ୟାକି ଫେବୃଆରୀ 22 ରେ ଗୋଆରେ ବିବାହ କରିବେ। ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ବିବାହ ଖବର ସୋସିଆଲ ମିଡିଆରେ ଭାଇରଲ ହେଉଛି । କୁହାଯାଉଛି ଯେ ଗୋଆରେ ଏହି ବିବାହ ଅତି ସରଳ ଢଙ୍ଗରେ ହେବ । ଏଥିରେ କେବଳ ପରିବାର ସଦସ୍ୟ ଏବଂକିଛି ଖାସ ବନ୍ଧୁ ସାମିଲ ହେବେ । ଜ୍ୟାକି ଭାଗ୍ନାନି ଏହି ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି । ତେବେ ଏ ବାବଦରେ ଜ୍ୟାକି ଭାଗ୍ନାନୀ ଏବଂ ରକୁଲ ପ୍ରୀତ ସିଂଙ୍କଠାରୁ କୌଣସି ସରକାରୀ ଘୋଷଣା ହୋଇନାହିଁ। ସେପରି ୨୦୨୪ରେ ଅନେକ ବଲିଉଡ ସେଲିବ୍ରେଟ୍ ବିବାହ କରିବାକୁ ଯାଉଛନ୍ତି । ଜାନୁଆରୀ ପ୍ରଥମ ସପ୍ତାହରେ ଅମୀର ଖାନଙ୍କ ଝିଅ ରାନୀ ଇରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ୨୦୨୧ରୁ ପରସ୍ପରକୁ ଡେଟ୍ କରୁଛନ୍ତି । ଅନେକ ସମୟ ରେ ଉଭୟ ଏକଠି ଯାତ୍ରା କରୁଥିବା ବେଳେ ତ ଆଉ କେବେ ଫିଲ୍ମ ସହ ଜଡିତ କିଛି କାର୍ଯ୍ୟକ୍ରମରେ ଉଭୟ ନଜର ଆସନ୍ତି । ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ରକୁଳ ବଲିଉଡ ରେ ମଧ୍ୟ କାମ କରିଛନ୍ତି । ସେହିପରି ଜ୍ୟାକି ଅଭିନେତା ହେବ ସହ ଜଣେ ଫିଲ୍ମ ପ୍ରଯୋଜକ ମଧ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *