ବିନା ମେକଅପ୍ ରେ ଚଳଚ୍ଚିତ୍ରରେ ଅଭିନୟ କରନ୍ତି ଏହି ଅଭିନେତ୍ରୀ,ଏବେ ବଡ଼ ପରଦାରେ ବନିବେ ସୀତା ….
1 min readବର୍ତ୍ତମାନ ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଯୁବତୀ ପର୍ଯ୍ୟନ୍ତ ସୁନ୍ଦର ଦେଖାଯିବା ପାଇଁ ମେକଅପ୍ କରିବାକୁ ପସନ୍ଦ କରନ୍ତି। ନିଜକୁ ସୁନ୍ଦର ଦେଖାଯିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ହେଲେ ଏମିତି ଏକ ଅଭିନେତ୍ରୀ ଅଛନ୍ତି ଯିଏ ବିନା ମେକଅପ୍ ରେ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ବିନା ମେକଅପ୍ ରେ ଦର୍ଶକ ମାନଙ୍କ ହୃଦୟ ରେ ରାଜ କରନ୍ତି ।। ସେ ହେଉଛନ୍ତି ଅଭିନେତ୍ରୀ ସାଇ ପଲ୍ଲବୀ।
ସଇ ପଲ୍ଲବୀ କୋଏମ୍ବାଟୁରରେ ଜନ୍ମଗ୍ରହଣ କରିଥିଲେ। ଯିଏ ତେଲୁଗୁ, ତାମିଲ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ।ଏହି ଅଭିନେତ୍ରୀ ପ୍ରଥମେ ୨୦୧୫ ରେ ମାଲାୟାଲମ୍ ଫିଲ୍ମ ‘ପ୍ରେମମ୍’ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ଅଭିନେତ୍ରୀଙ୍କୁ ରାତାରାତି ତାରକା ସଜେଇ ଦେଇଥିଲା। ସାଇ ତାଙ୍କ କ୍ଷୁଦ୍ର କ୍ୟାରିଅରରେ ଦକ୍ଷିଣ ସିନେମାର ଅନେକ ବଡ ତାରକାଙ୍କ ସହ କାମ କରିଛନ୍ତି। ତାଙ୍କ କାର୍ଯ୍ୟ ସହିତ ସାଇ ମଧ୍ୟ ତାଙ୍କ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଅଭିନେତ୍ରୀଙ୍କୁ ବାସ୍ତବ ଜୀବନରେ ତଥା ଚଳଚ୍ଚିତ୍ରରେ କୌଣସି ମେକଅପ୍ ଲୁକରେ ଦେଖାଯାଏ ନାହିଁ । ସେ ଥରେ ଏ ବିଷୟରେ ଖୋଲାଖୋଲି ଭାବେ କହିଥିଲେ।
ସାଇ ପଲ୍ଲବୀ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ, ଫିଲ୍ମ ‘ପ୍ରେମମ୍’ର ନିର୍ଦ୍ଦେଶକ ଆଲଫୋନ୍ସ ପୁଥ୍ରେନ୍ ତାଙ୍କୁ ବିନା ମେକଅପ୍ ରେ ଉପସ୍ଥିତ ହେବାକୁ ଉତ୍ସାହିତ କରିଥିଲେ। ଏହା ପରେ ସେ ଏହାକୁ ତାଙ୍କର ନୀତି କରିଥିଲେ। ଅଭିନେତ୍ରୀଙ୍କ କହିବାନୁସାରେ, ସେ କସ୍ମେଟିକ୍ ଆଦୌ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ସେ ଫିଲ୍ମରେ ସେପରି ଜିନିଷ ବ୍ୟବହାର କରନ୍ତି ନାହିଁ କିମ୍ବା ସେ କେବେବି ପ୍ରୋତ୍ସାହିତ କରନ୍ତି ନାହିଁ।
ସାଇଙ୍କୁ ଅନେକ ଥର ସୌନ୍ଦର୍ଯ୍ୟ କ୍ରିମ୍ ପାଇଁ ବିଜ୍ଞାପନ ମଧ୍ୟ ଦିଆଯାଇଥିଲା। ଏଥିପାଇଁ ନିର୍ମାତାମାନେ ତାଙ୍କୁ କୋଟି କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ଅଭିନେତ୍ରୀ କରିବାକୁ ମନା କରିଦେଇଥିଲେ। ପ୍ରକାଶ ଯେ, ସାଇ ପଲ୍ଲବୀ ଖୁବ ଶୀଘ୍ର ରଣବୀର କପୁରଙ୍କ ସହ ଫିଲ୍ମ ‘ରାମାୟଣ’ରେ ନଜର ଆସିବେ। ଏହା ବ୍ୟତୀତ ଅଭିନେତ୍ରୀ ଆମୀର ଖାନଙ୍କ ପୁଅ ଜୁନାଦ ଖାନଙ୍କ ସହ ଏକ ଫିଲ୍ମରେ କାମ କରୁଛନ୍ତି।