Pratidin TV

Odisha's Digital News Platform

ଓଡିଆ ଅଭିନେତ୍ରୀ ଶୀତଲ ଆଣିଲେ ବୟ ଫ୍ରେଣ୍ଡଙ୍କ ନାଁରେ ସଙ୍ଗୀନ ଅଭିଯୋଗ …

ଭୁବନେଶ୍ୱର : ପୁରୁଷବନ୍ଧୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଓଡିଆ ଅଭିନେତ୍ରୀ ଶୀତଲ ପାତ୍ର । ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ ନେଇ ପୁରୁଷବନ୍ଧୁଙ୍କ ନାଁରେ ଦେଲେ ଏତଲା । ଖବର ଅନୁଯାୟୀ ସିନେ ନିର୍ମାତା ଦୟାନିଧି ଦହିମା ଓ ଶୀତଲଙ୍କ ମଧ୍ୟରେ ୨୦୧୯ ରୁ ପ୍ରେମ ସର୍ମ୍ପକ ଗଢିଉଠିଥିଲା । କିନ୍ତୁ ୨୦୨୧ ରେ ହଠାତ୍ ଶୀତଲ ବୟଫ୍ରେଣ୍ଡଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଥିଲେ ଯେ ଦୟାନିଧି ତାଙ୍କୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ ନେଇ ଧମକ୍ ଦେଉଥିଲେ । ପରବର୍ତ୍ତୀ ସମୟରେ ଥାନାରେ ବୁଝାବଣା ପରେ ସମୃକ୍ତ ମାମଲାର ଆପୋଷ ସମାଧାନ ହୋଇଥଲା ।

କିନ୍ତୁ ବର୍ତ୍ତମାନ ପୁଣି ଥରେ ଠକେଇ, ନିର୍ଯାତନା ଓ ଭିଡିଓ ଭାଇରାଲ ନେଇ ଶୀତଲଙ୍କୁ ଧମକ୍ ଦେଉଛନ୍ତି ବୟଫ୍ରେଣ୍ଡ ଦୟାନିଧି । ତାଙ୍କୁ ପ୍ରେମ ଜାଲରେ ଫସାଇ ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାକୁ କହି ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ କରିଛନ୍ତି ଶୀତଲ । ଗତକାଲି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେସ ରୁଜୁ କରିଥିଲା ଲକ୍ଷ୍ମୀସାଗର ଥାନା । ଦଫା ୨୬୮, ୨୯୪, ୩୪୯, ୩୫୦ , ୩୫୪ , ୩୫୪ ଏ , ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩ , ୫୦୬ ରେ ମାମଲା ରୁଜୁ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

Leave a Reply

Your email address will not be published. Required fields are marked *