Pratidin TV

Odisha's Digital News Platform

ନିଜ ବାହାଘରରେ ପିନ୍ଧିବେ ସୁନାର ଶାଢୀ ପିନ୍ଧିବେ ଅଭିନେତ୍ରୀ ଶୋଭିତ, ତେଲୁଗୁ ପାରମ୍ପରିକ ଢଙ୍ଗରେ ହେବ ବିବାହ

1 min read

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ତଥା ଅଭିନେତା ନାଗା ଚୈତନ୍ୟଙ୍କ ବିବାହ ଖୁବଶୀଘ୍ର ଶୋଭିତ ଧୁଲିପାଲାଙ୍କ ସହ ହେବାକୁ ଯାଉଛି | ବିବାହ ତାରିଖ ହୋଇଯାଇଛି ଘୋଷଣା | ଡିସେମ୍ବର ୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ନାଗା-ଶୋଭିତା | ତେବେ ନାଗା ଏବଂ ଶୋଭିତଙ୍କ ବିବାହ ତେଲୁଗୁ ପାରମ୍ପରିକ ଢଙ୍ଗରେ ହେବାକୁ ଯାଉଛି | ଲେହେଙ୍ଗା ନୁହେଁ ବିବାହରେ ଶାଢ଼ୀ ପିଢିବେ ଅଭିନେତ୍ରୀ ଶୋଭିତା ଧୁଲିପାଲା | ଶୁଣିବାକୁ ମିଳୁଥିଲା ଯେ, ସେ କାଞ୍ଜିବରମ ଶାଢ଼ୀ ପିନ୍ଧିବାକୁ ଯାଉଛନ୍ତି |

ତେବେ ସୂତ୍ରରୁ ଖବର ମିଳିଛି ଯେ, ଶୋଭିତା ନିଜ ବିବାହରେ ସୁନା ଶାଢ଼ୀ ପିନ୍ଧିବେ | ତେବେ ଶୋଭିତା ନିଜ ମା ସହ ନିଜ ବିବାହ ପୋଷାକ କିଣିବାକୁ ଯାଇଛନ୍ତି | ସେଠାରେ ସୁନାର ବ୍ରୋକେଡ଼ ସହିତ ଏକ ସୁନ୍ଦର କାଞ୍ଜିବରମ ରେଶମ ଶାଢ଼ୀ ବାଛିଛନ୍ତି | ଏହାସହ ଏହି ଶାଢ଼ୀ ନାଗାଙ୍କ ବିବାହ ସହ ମ୍ୟାଚ ମଧ୍ୟ ହେବ | ତେବେ ଏହି ବିବାହ ପୋଷାକ ଅଂଧାରରପ୍ରଦେଶର ପଣ୍ଡୁରୁରେ ବୁଣା ହୋଇଛି |

Advertisement

ବିବାହ ଅତି ପାରମ୍ପରିକ ଢଙ୍ଗରେ ହୋଇଥିବା କାରଣରୁ, ଶୋଭିତା ଶାଢ଼ୀ ଚୟନ କରିଛନ୍ତି | ସେ ତାଙ୍କ ବିବାହ ପୋଷାକ ଏବଂ ପରମ୍ପରା ପ୍ରତି ବେଶୀ ପ୍ରାଧାନ୍ୟ ଦେଇଛନ୍ତି | ତେବେ ବିବାହ ଶାଢ଼ୀ ବ୍ୟତୀତ ଏକ ଧଳାର ଖାଦି ଶାଢ଼ୀ ମଧ୍ୟ କୄକିଣିବାର ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *