Pratidin TV

Odisha's Digital News Platform

ଅଭିନେତ୍ରୀ ସୁପ୍ରିୟା ଖୋଲିଲେ ରଙ୍ଗିଲା ରାପର ଗୁମର , ୨ ଝିଅଙ୍କ ସହ ହୋଟେଲରୁ ଧରିଥିଲା ପୋଲିସ …..

ରଙ୍ଗିଲା ରାପର ଅଭିନବ ସିଂ ଙ୍କୁ ୨ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲରୁ ରଙ୍ଗେ ହାତ ଧରିଥିଲେ ସ୍ତ୍ରୀ । ସାଙ୍ଗରେ ପୋଲିସ ନେଇ ସିଧା ସ୍ୱାମୀଙ୍କ ରାଶଳୀଲା ଆଣିଥିଲେ ଦୁନିଆ ସାମ୍ନାରେ । ଆଉ କମିଶନରେଟ୍ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ତେବେ
ରଙ୍ଗିଲା ରାପରଙ୍କ କିର୍ତ୍ତୀ ଏତିକିରେ ସରିନି । ଏହାପରେ ଅଭିନେତ୍ରୀ ସୁପ୍ରିୟା ମଧ୍ୟ ତାଙ୍କ ନାଁ ରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।

ନିଜେ ପୁଲିସ ହାତରେ ଧରାପଡିବା ପରେ ଅଭିନବ୍ ଓଡିଆ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ଅଭିନେତା ଆଦର୍ଶ ଦାସଙ୍କୁ ବିବାଦ ଘେରକୁ ଟାଣିଥିଲେ। ତେବେ ଆଜି ମୁହଁ ଖୋଲି ସୁପ୍ରିୟା ସମୃକ୍ତ ମାମଲାରୁ ପରଦା ଉଠାଇଛନ୍ତି । ସୁପ୍ରିୟା କହିଛନ୍ତି, ‘ସମୟଚକ୍ର’ ନାମକ ମୋର ଏକ ଭିଡିଓକୁ ଅଭିନବ ରିଲିଜ୍ କରିବାକୁ ଦେଉନଥିଲେ। ଭିଡ଼ିଓ ଏଡିଟ ଚାଲିଥିବା ବେଳେ ସେ ଷ୍ଟୁଡିଓରେ ପହଞ୍ଚିଥିଲେ। ଆଉ ଭିଡିଓ ଡିଲିଟ୍ ମାରିବାକୁ ଏଡିଟରଙ୍କୁ କହିଥିଲେ। ଭିଡିଓ ଡିଲିଟ୍ ନକଲେ ମାଡ଼ ମାରିବାକୁ ଧମକ ଚମକ ଦେଇଥିଲେ। ଏହା ପରେ ଭିଡିଓ ଏଡିଟର ମୋତେ ଓ ଆଦର୍ଶ ମିଶ୍ର(ସମୟଚକ୍ର ଭିଡିଓର ଅଭିନେତା)ଙ୍କୁ ଜଣାଇଥିଲେ। ଆମେ ସେଠାରେ ପହଞ୍ଚିଲା ବେଳକୁ ସେ ନିଶାରେ ଥିବା ଦେଖିବାକୁ ପାଇଲୁ। ତାଙ୍କର ଏପରି ଅବସ୍ଥା ଦେଖି କଥା ହେବା ପାଇଁ ଠିକ୍ ମନେ କଲିନି। ତେଣୁ ମୋର କିଛି ସହକର୍ମୀ ତାଙ୍କ ସହିତ କଥା ହୋଇଥିଲେ। ହେଲେ ସେ କିଛି କଥା ଶୁଣିବା ମୋଡ୍ରେ ନଥିଲେ। ମୋ’ ଆଡକୁ ଅନାଇ ଅତି କଦର୍ଯ୍ୟ ବ୍ୟବହାର ପ୍ରଦର୍ଶନ କରିଥିଲେ।

ତାଙ୍କର ଏପରି ବ୍ୟବହାରକୁ ଆଉ ସହ୍ୟ କରିପାରିଲିନି। କ’ଣ ପାଇଁ ଏମିତି ବ୍ୟବହାର ଦେଖାଉଛ ବୋଲି ପଚାରିଥିଲି। ଏହା ପରେ ସେ ବସିଥିବା ଚେୟାରକୁ ମୋ ଉପରକୁ ଫିଙ୍ଗି ଦେଇଥିଲେ। ପାଖରେ ଥିବା ଷ୍ଟୁଲକୁ ମଧ୍ୟ ମୋ’ ଉପରକୁ ଫିଙ୍ଗି ଦେଇଥିଲେ। ଝାଡୁରେ ପିଟିବା ପାଇଁ ଉଦ୍ୟମ କରିଥିଲେ ବୋଲି ସୁପ୍ରିୟା କରିଛନ୍ତି। ଆଉ ଏଭଳି ଘଟଣା ପାଇଁ ଉଭୟ ଉଭୟଙ୍କ ନାଁରେ ନନ୍ଦନକାନନ ଥାନାରେ ଏଫ୍ଆଇଆର୍ରେ ଦେଇଥିଲେ।

Leave a Reply

Your email address will not be published. Required fields are marked *