Pratidin TV

Odisha's Digital News Platform

ଶୀତଦିନେ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ୬ ଜିନିଷ , ବଢିବ ଇମ୍ୟୁନିଟି ରୋଗରୁ ରହିବେ ମୁକ୍ତ…….

1 min read

ଭୁବନେଶ୍ୱର ; ଶୀତଦିନେ ସାଧାରଣତ ଅନେକ ଲୋକ ଥଣ୍ଡା ଜ୍ୱରରେ ପଡିଥାନ୍ତି । ଝିଙ୍କ , କାସ, ପାଟି ଘା ଇତ୍ୟାଦି ସମସ୍ୟା ଅଧିକ ଶୀତଦିନେ ଦେଖାଦେଇଥାଏ । ତେବେ ଅନେକ ଲୋକ ଶୀତଦିନେରେ ଅଧିକ ଥଣ୍ଡା ମଧ୍ୟ ସହିପାରିନଥାନ୍ତି । ତେବେ ଆପଣାମାନେ ବି ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ୬ଟି ଜିନିଷକୁ ନିଜ ଖାଦ୍ୟରେ ସାମିଲ କରାନ୍ତୁ । ରୋଗଠୁ ରହିବେ ବହୁ ଦୂରରେ ।

ଶୀତଦିନେ ହାଲକା ପବନ ବି ଆମାମନଙ୍କୁ ଥରାଇ ଦେଇଥାଏ । ସ୍ୱେଏଟର ପିନ୍ଧିବା ପରେ ମଧ୍ୟ ଆମକୁ କମ୍ଫନ ଅନୁଭୂତ ହୋଇଥାଏ । ଦୈନନ୍ଦିନ ଜୀବନରେ କିଛି ଫଳ ବା ଏଭଳି ଜିନିଷ ଅଛି ଯାହା ଆମ ଶରୀରରେ ଇମ୍ୟୁନିଟି ବଢାଇବା ସହ ଆମ ଶରୀରକୁ ଗରମ ରଖେ । ଚାଲନ୍ତୁ ଜାଣିବା କଣ ?

Advertisement

କନ୍ଦମୂଳ – ଶକରକନ୍ଦ, ସୁଇଟ୍ ପଟାଟୋ ବା ଏହାକୁ କନ୍ଦମୂଳ କୁହାଯାଏ । ଶୀତଦିନେ ଏହା ଲୋକଙ୍କ ପାଇଁ ଚତ୍ମକାର ଫଳଠୁ କିଛି କମ୍ ନୁହେଁ । ଏଥିରେ ଥିବା କ୍ୟାଲୋରୀ ଏବଂ ହାଇ ନ୍ୟୂଟ୍ରିଏଣ୍ଟ ଶରୀରକୁ ଏନଜ୍ରି ଦିଏ ଏବଂ ରୋଗ ସହ ଲଢିବାର ଶକ୍ତି ।

ଟୁମିପ୍ –ଷ୍ଟାର୍ଚରେ ଭରା ଏହି ପରିବାଟି କ୍ୟାନସର ଭଳି ମାରାତ୍ମକ ରୋଗକୁୁ ଦୂରେଇ ରଖେ । ଏଥିରେ ମାତ୍ରାଧିକ ଆଣ୍ଟି ଅକ୍ସିଡେଣ୍ଟ ଥାଏ । ଆମକୁ ବଡ ବଡ ରୋଗ ସହ ଲଢିବାକୁ ଇମ୍ୟୁନିଟି ଯୋଗାଏ ।

ଖଜୁରୀ- ସାଧାରଣତ ଖଜୁରୀ ଅନେକ ଲୋକଙ୍କୁ ପସନ୍ଦ । କିନ୍ତୁ ଶୀତଦିନେ ଏହାକୁ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହା ଏକ ପ୍ରକାରର ଲୋ ପ୍ୟାଟ୍ ଫଳ ଅଟେ । ଯାହା ଆମକୁ ମୋଟା ହେବାଠାରୁ ବଞ୍ଚାଏ ଏବଂ ଶରୀରକୁ ଗରମ ରଖେ ।


ବାଦାମ୍ /ଅଖରୋଟ୍ –ବାଦାମ୍ ଓ ଅଖରୋଟ୍ ଆମ ଡାଏଟ୍ ଏବଂ ନର୍ଭ ସିଷ୍ଟମକୁ ଆକ୍ଟିବ ରଖେ । ଏହାଛଡା ହାର୍ଟ ରୋଗୀମାନଙ୍କ ପାଇଁ ଏହା ବହୁତ ଲାଭବାନ ସାବସ୍ତ୍ୟ ।


ମାଣ୍ଡିଆ –ଶୀତଦିନେ ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏହାକୁ ଖାଇବା ଆପଣଙ୍କ ଶରୀରରେ ଡାଇବେଟିସ୍ ଏବଂ ଆନିମିଆ ରୋଗଠୁ ମୁକ୍ତି ମିଳିଥାଏ । ଏହାକୁ ସାଧାରଣ ଲୋକେମାନେ ମଧ୍ୟ ନିଜ ଦୈନନ୍ଦିନ ଜୀବନରେ ଖାଇବା ଦ୍ୱାରା ବେଶ୍ ଲାଭମିଳିଥାଏ ।


ବାଜରା-ପ୍ରୋଟିନ୍ ,ଫାଇବର ରେ ବରପୂର ବାଜାରା ନିୟମିତ ଖାଇବା ଦ୍ୱାରା ହାଡ ମଜବୁତ୍ ହୋଇଥାଏ । ଏଥିରେ ଥିବା ଆଇରନ୍ ଏନିମିୟା ରୋଗୀଙ୍କ ପାଇଁ ଔଷଧ ଭଳି କାମକରିଥାଏ ।
ତେବେ ଶୀତଦିନ ଆସିଗଲାଣି ନିଜର ଦୈନନ୍ଦିନ ଖାଦ୍ୟରେ ଏହାକୁ ତୁରନ୍ତ ସାମିଲ କରାଇନିଅନ୍ତୁ ।

Leave a Reply

Your email address will not be published. Required fields are marked *