Pratidin TV

Odisha's Digital News Platform

ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ୧୦ ଦିନ ବାର୍ଷିକ ସାମୟିକ ଛୁଟି……ଘେଷଣା କଲେ ମୁଖ୍ୟମନ୍ତ୍ରୀ

1 min read

ମହିଳା ସରକାରୀ କର୍ମଚାରୀମାନଙ୍କୁ ନବୀନଙ୍କ ଭେଟି | ଏବେ ମହିଳାଙ୍କୁ ମିଳିବ ଅଧିକ ଛୁଟି | ମହିଳାଙ୍କୁ ଆଗ ଧାଡିରେ ରଖିବା ପାଇଁ ନବୀନ ପଟ୍ଟନାୟକ ନେଇଛନ୍ତି ନୂଆ ପଦକ୍ଷପ | ରାଜ୍ୟ ସରକାର ମହିଳା ସରକାରୀ କର୍ମଚାରୀମାନଙ୍କ ପାଇଁ ଆଣିଲେ ଖୁସି ଖବର | ଏଣିକି ମହିଳା ସରକାରୀ କର୍ମଚାରୀମାନଙ୍କୁ ବାର୍ଷିକ ୧0 ଦିନ ଅଧିକ ସାମୟିକ ମିଳିବ ଛୁଟି | ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି ଏହି ନିଷ୍ପତି | ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି।

ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନର ସାମୟିକ ଛୁଟି ଉପଭୋଗ କରିପାରିବେ।

Advertisement

ଏହାପୂର୍ବରୁ ୯୦ ଦଶକରେ ମହିଳାମାନଙ୍କ ପାଇଁ ସରକାରୀ ଚାକିରିରେ ୩୩% ସ୍ଥାନ ସଂରକ୍ଷଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାରେ ଓଡିଶା ଥିଲା ଦେଶର ପ୍ରଥମ ରାଜ୍ୟ।

ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିେ ନୂଆ ଏବଂ ବଡ଼ ଘୋଷଣା କରି ଚାଲିଛନ୍ତି ।ନିକଟରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ୧୫ ଦିନ ସାମୟିକ ଛୁଟି ବଢ଼ାଇଥିଲେ ରାଜ୍ୟ ସରକାର । ସେହିପରି ମହିଳା କର୍ମଚାରୀଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ବଢ଼ାଇଥିଲେ ।

Leave a Reply

Your email address will not be published. Required fields are marked *