Pratidin TV

Odisha's Digital News Platform

ଚାକିରୀରୁ ବିଦା ହେଲେ ଉପ-ଜିଲ୍ଲାପାଳ ପ୍ରଶାନ୍ତ ରାଉତ୍ : ଆୟ ଠାରୁ ୫୦୦% ଅଧିକ ସମ୍ପତ୍ତି ଠୁଳ କଲା ଭିଜିଲାନ୍ସ …

1 min read

ଭୁବନେଶ୍ୱର : ଚାକିରୀରୁ ବିଦା ହେଲେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ୨ ଦିନ ପୂର୍ବରୁ ଗିରଫ୍ କରିଥିଲା ପୋଲିସ । ତେବେ ଆଜି ଉପଜିଲ୍ଲା ପାଳଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ଅନୁଯାୟୀ ପ୍ରଶାନ୍ତଙ୍କ ଆୟ ଠାରୁ ୫୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛି ଭିଜିଲାନ୍ସ ।

ଗତ ୨୩ ତାରିଖ ଦିନ ପ୍ରଶାନ୍ତଙ୍କ ଘରେ ରେଡ୍ ପକାଇଥିଲା ଭିଜିଲାନ୍ସ । ରେଡ୍ ସମୟରେ ଘରୁ ନଗଦ ୩ କୋଟି ୨ ଲକ୍ଷ ୩୦ ହଜାର ଟଙ୍କା ମିଳିଥିବା ବେଳେ ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ଦୁଇ ମହଲା କୋଠା, କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ରହିଛି। ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି। ଏହି ତିନିଟି ଗାଡ଼ିର ମୂଲ୍ୟ ହେଉଛି ୩୭ ଲକ୍ଷ ଟଙ୍କା। ତାଙ୍କ ଠାରୁ ୨୭.୨୭ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର ଓ ଘରୋଇ ଉପକରଣ ଜବତ କରାଯାଇଛି। ସେହିଭଳି ତାଙ୍କର ବ୍ୟାଙ୍କ ଓ ବୀମା ଜମା ବାବଦକୁ ୯୨ ଲକ୍ଷ ୩୪ ହଜାର ଟଙ୍କା ରହିଛି। ସେଥିରୁ ୩୮ ଲକ୍ଷ ୬୪ ହଜାର ଟଙ୍କା ୨ଟି ବେନାମୀ ଏକାଉଣ୍ଟରେ ରହିଛି।ଯେଊଁତଥିରେ ସେ ସବୁ ଲେଣଦେଣ କରନ୍ତି ।

Advertisement

ତେବେ ପ୍ରଶାନ୍ତଙ୍କର ଆୟ ବର୍ହିଭୂତ ମ୍ପତ୍ତିର ମୋଟ୍ ମୂଲ୍ୟ ୫ କୋଟି୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା । ଅନ୍ୟପଟେ ପ୍ରଶାନ୍ତଙ୍କ ଘରୁ ମିଳିଥିବା ନଗଦ ଟଙ୍କା ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ ।

Leave a Reply

Your email address will not be published. Required fields are marked *