Pratidin TV

Odisha's Digital News Platform

ଅଳାଁ ନବମୀରେ ଦୁର୍ଲ୍ଲଭ ବେଶରେ ଦର୍ଶନ ହେଉଛନ୍ତି ରାଧାରାଣୀ, ସାକ୍ଷୀଗୋପାଳରେ ଲାଗିଛି ଭିଡ..

1 min read

ଆଜି ପବିତ୍ର ଅଁଳା ନବମୀ । ଆଜି ରାଧାପାଦ ଦର୍ଶନ ଦେଉଛନ୍ତି। ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ନୀତି ହେଉଛି। ଓଡିଆଣୀ ବେଶରେ ଓ ଶୀକୃଷ୍ଣ ନଟବର ବେଶରେ ଦର୍ଶନ ଦେବେ ରାଧାରାଣୀ। ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ବଡି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଛି। ବର୍ଷକୁ ଥରେ ମାତ୍ର ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି ଭକ୍ତ।

ତେଣୁ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା। ସୁରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ ସହିତ ପାନୀୟଜଳ, ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଭିଡ଼ ଓ ଟ୍ରାଫିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ।ଦୀପ ଦାନ ଠାରୁ ଦର୍ଶନ,ଅଁଳା ବୃକ୍ଷ ପରିକ୍ରମା ଓ ପୂଜାର୍ଚ୍ଚନା ପରେ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *