ଜୁଲାଇ ୧ ରୁ ଆଧାର ଲିଙ୍କ: ବାଧ୍ୟତାମୂଳକ ଜୋରିମାନା
1 min read
ନୂଆଦିଲ୍ଲୀ:ଜୁଲାଇ ୧ ଅର୍ଥାତ୍ ଶୁକ୍ରବାରଠାରୁ ଆୟକର ନିୟମରେ କେତେକ ପରିବର୍ତନ ଆସିବାକୁ ଯାଉଛି । ଏସବୁ ପରିବର୍ତିତ ନିୟମ ଯୋଗୁ ଟିକସଦାତାମାନେ ପ୍ରଭାବିତ ହେବାରେ ସମ୍ଭାବନା ରହିଛି ।
ଜୁଲାଇ ୧ ପରଠାରୁ ଯେଉଁମାନେ ପ୍ୟାନ୍-ଆଧାର ଲିଙ୍କ୍ କରିବେ ସେମାନଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ପୂର୍ବରୁ ଜୁନ୍ ୩୦ ସୁଦ୍ଧା ଏଥିପାଇଁ ୫୦୦ ଟଙ୍କାର ଜୋରିମାନା ଦେବାକୁ ପଡୁଥିଲା । ସରକାର ପୂର୍ବରୂ ପ୍ୟାନ୍ ଆଧାର ଲିଙ୍କ୍ର ଶେଷ ତାରିଖ ବାରମ୍ବାର ବଢାଇବା ପରେ ଗତ ମାର୍ଚ୍ଚ ୩୧ ପରେ ଆଉ ଶେଷ ତାରିଖ ବଢାଇ ନ ଥିଲେ । ମାର୍ଚ୍ଚ ୩୧ରୁ ୩୦ ମଧ୍ୟରେ ମଧ୍ୟରେ ଯେଉଁମାନେ ପ୍ୟାନ୍-ଆଧାର ଲିଙ୍କ କରୁଥିଲେ ସେମାନଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡୁଥିଲା । କିନ୍ତୁ ୩୧ରୁ ଜୁନ ୩୦ମଧ୍ୟରେ ଯେଉଁମାନେ ପ୍ୟାନ୍-ଆଧାର ଲିଙ୍କ୍ କରୁଥିଲେ ସେମାନଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡୁଥିଲା । କିନ୍ତୁ ଆସନ୍ତା କାଲି ଅର୍ଥାତ୍ ଜୁଲାଇ ୧ରୁ ଯିଏ ପ୍ୟାନ-ଆଧାର ଲିଙ୍କ କରିବ ସେମାନଙ୍କୁ ପ୍ରଥମେ ୧୦୦୦ ଟଙ୍କା ଦେବାକୁ ହେବ ଓ ତାପରେ ଲିଙ୍କ୍ କରିପାରିବେ ।