Pratidin TV

Odisha's Digital News Platform

ଆଜି ରଥ ଉପରେ ଅଧରପଣା ନୀତି : କଣ ରହିଛି ବିଶେଷତ୍ୱ ଏହି ନୀତିର

1 min read

ପୁରୀ : ମହାପ୍ରଭୁଙ୍କ ସମସ୍ତ ରୀତିନୀତି ମଧ୍ୟରେ ଅଧରପଣା ନୀତିଟି ସୁନାବେଶର ପରଦିନ ପାଳନ କରାଯାଇଥାଏ । ଦୀର୍ଘ ଦୁଇବର୍ଷ ପରେ ଏହି ନୀତି ଭକ୍ତଙ୍କ ଗହଣରେ ହେବାକୁ ଯାଉଥିବାରୁ , ଭକ୍ତମାନେ ଉତ୍ସାହର ସହ ଏହି ନୀତି ଦେଖିବାକୁ ଚାହିଁ ବସିଛନ୍ତି । ବିଶ୍ୱାସ କରାଯାଏ ଯେ ତିନି ଦିଅଁଙ୍କ ତିନି ରଥରେ ଥିବା ପାଶ୍ୱ ଦେବାଦେବୀ ,ଚଣ୍ଡିଚାମୁଣ୍ଡା ଓ ଅଶରୀର ଆତ୍ମାର ଶାନ୍ତି ନିମିତ୍ତ ଏହି ପଣାକୁ ଭୋଗ କରାଯାଏ ।ସେମାନେ ଏହି ପଣାକୁ ପାଇ ତୃପ୍ତି ହୁଅନ୍ତି ।

ତେବେ ସିଂହଦ୍ୱାରରେ ଥିବା ରଥାରୂଢ ଶ୍ରୀଜିଉଙ୍କ ତିନି ରଥ ଉପରେ ୯ ଟି ମାଟି ହାଣ୍ଡିରେ ଅଧରପଣା ନୀତି ସମ୍ପନ କରାଯିବ । ବଡ ଓଡିଆ ମଠ ଓ ରାଘବ ଦାସ ମଠ ପକ୍ଷରୁ ଏହି ଅଧର ପଣାକୁ ପ୍ରସ୍ତୁତ କରାଯାଏ ।ତାପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଭୋଗ କରାଯାଏ ।

Advertisement


ପାଣିଆପଟ ସେବାୟତମାନେ ଚାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା ,କଦଳୀ ,କ୍ଷୀର,ଗୋଲମରିଚ,ସର,କର୍ପୂର ଓ ଜାଇଫଳ ଗୁଣ୍ଡ ମିଶାଇ ସୁଆର ସେବାୟତମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ । ପୂଜାପଣ୍ଡାମାନେ ଏହି ପଣାକୁ ଶ୍ରୀଜିଉମାନଙ୍କୁ ସମର୍ପଣ କରିବା ପରେ ହାଣ୍ଡିଗୁଡିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ଯାହାଦ୍ୱାରା ରଥରେ ଥିବା ପାଶ୍ୱ ଦେବାଦେବୀ,ଚଣ୍ଡିଚାମୁଣ୍ଡା,ଅଶରୀର ଆତ୍ମା ଏହାକୁ ପାଇ ଶାନ୍ତି ହୁଅନ୍ତି ।

Leave a Reply

Your email address will not be published. Required fields are marked *