Pratidin TV

Odisha's Digital News Platform

ସଭାପତି ପଦରୁ ବିଦା ହେଲେ ଅଧୀର ରଂଜନ ଚୌଧୁରୀ ..

ଦିନେ କଂଗ୍ରେସର ଏକମାତ୍ର ସ୍ୱର ପାଲଟିଥିଲେ ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ । ହେଲେ ଆଜି ତାଙ୍କୁ ଏହି ଦାୟିତ୍ୱରୁ ହଟାଇ ଦିଆଯାଇଛି । ଟିଏମସି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତାଙ୍କର କଡ଼ା ମନ୍ତବ୍ୟ ଯୋଗୁଁ ଅନେକ ସମୟରେ ଦଳର ହାଇ କମାଣ୍ଡରେ ଅସୁବିଧାରେ  ସମ୍ମୁଖୀନ ହେଉଥିବା  ଦେଖିବାକୁ ମିଳିଥିଲା । ଦଳର ଏଭଳି ପଦକ୍ଷେପକୁ ନେଇ ଅଧୀର ରଞ୍ଜନ ତୀବ୍ର ସମାଲୋଚନା କରିଛନ୍ତି । ଗଣମାଧ୍ୟମକୁ ଅଧୀର କହିଛନ୍ତି, ଲୋକସଭା ନିର୍ବାଚନରେ ପରାଜୟ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରକୁ ଦଳ ଗ୍ରହଣ କଲା କିମ୍ବା ଅଗ୍ରାହ୍ୟ କଲା ସେକଥା ଜଣାଇଲା ନାହିଁ ।

ସେ କହିଛନ୍ତି, କଂଗ୍ରେସର ସମ୍ବିଧାନ ଅନୁସାରେ ଯେଉଁଦିନ ମଲ୍ଲିକାର୍ଜୁନ ଖଡ଼ଗେ ଦଳର ସଭାପତି ହେଲେ ସେହି ସମୟରେ ଦେଶରେ ଦଳର ସମସ୍ତ କର୍ମକର୍ତ୍ତାଙ୍କ ପଦବି ମଧ୍ୟ ଅସ୍ଥାୟୀ ହୋଇଯାଇଥିଲା ।  ଯେତେବେଳେ ନିର୍ବାଚନ ଚାଲିଥିଲା ସେତେବେଳେ ଖଡ଼ଗେ ଟେଲିଭିଜନରେ କହିଥିଲେ ଯଦି ଆବଶ୍ୟକ ହୁଏ ତେବେ ତାଙ୍କୁ ଅଲଗା ରଖାଯିବ, ଏହା ତାଙ୍କୁ ଦୁଃଖ ଦେଇଥିଲା । ନିର୍ବାଚନ ପରେ ସେ ଖଡ଼ଗେଙ୍କୁ କହିଥିଲେ ତାଙ୍କ ବଦଳରେ ଆଉ କାହାରିକୁ ଦାୟିତ୍ୱ ଦିଅନ୍ତୁ । କିନ୍ତୁ ଦଳ କୌଣସି ପ୍ରତିକ୍ରିୟା ଦେଇନଥିଲା । ଏବେ ତାଙ୍କ ଅଧ୍ୟକ୍ଷତାରେ ପଶ୍ଚିମବଙ୍ଗ ରାଜ୍ୟ କଂଗ୍ରେସର ବୈଠକ ଡାକିବାକୁ ଏଆଇସିସି କହିଥିଲା । ନିର୍ଦ୍ଦେଶାନୁସାରେ ସେ ବୈଠକ ଆୟୋଜନ କରିଥିଲେ । ବୈଠକରେ ଗୁଲାମ ଅଲି ର୍ମି ମୋତେ ଦେଖାଇ କହିଥିଲେ ଯେ ଏଠାରେ ଦଳର ପୂର୍ବ ସଭାପତି ବସିଛନ୍ତି । ସେଠାରେ ଜାଣିଲି ମୋର ପଦବି ଯାଇଛି ।

Leave a Reply

Your email address will not be published. Required fields are marked *