Pratidin TV

Odisha's Digital News Platform

ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ଭୋଧନା କରି , ବିବାଦରେ ବିରୋଧିଦଳର ନେତା

ନୂଆଦିଲ୍ଲୀ : ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ବିବାଦରେ ଫଶିଲେ କଂଗ୍ରେସ ନେତା ଅଧୀର ରଞନ ଚୌଧୁରୀ । ତେବେ ଆଜି ତାଙ୍କର ଏହି ମନ୍ତବ୍ୟକୁ ନେଇ ସଂସଦର ଉଭୟ ଗୃହରେ ରାଜନୀତି ଜୋର ଧରିଛି । ଏହି ମାମଲାରେ ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ପାଇ ଦାବିକରିଥିଲେ । ଏହା ସହ ସେ କହିଛନ୍ତି ଯେ ଉଦ୍ଦେଶ୍ୟ ମୂଳକ ଭାବେ ଜଣେ ଆଦିବାସୀ ମହିଳାଙ୍କ ଅସମ୍ମାନ କରିବା ପାଇଁ ଏପରି କହିଛନ୍ତି ଅଧୀର ରଞନ । ଏହାକୁ ପ୍ରତ୍ୟକ୍ଷନ କରି ନିଜ ସଫେଇ ରେ ଅଧୀର କହିଚନ୍ତି ଯେ, ତାଙ୍କ ପାଟିରୁ ଭୁଲ ବଶତ ଏପରି କଥା ବାହାରି ଯାଇଛି । ଏହି କଥାକୁ ବିଜେପି ଅଧିକ ବଢାଉଛି ବୋଲି ଯୁକ୍ତି ବାଢିଛନ୍ତି ସେ ।

ପରେ ଅଧୀର ରଞନ କ୍ଷମା ମାଗିଛନ୍ତି । କିନ୍ତୁ ଏହାର ସମୂର୍ଣ୍ଣ ବିରୋଧ କରି ସୋନିଆ ଗାନ୍ଧୀ ଗରିବ,ଆଦିବାସୀ ତାସହ ସମସ୍ତ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବିଜେପି ସାଂସଦ । ଏନେଇ କାଲିଯାଏ ଉଭୟ ଗୃହ ଲୋକସଭା ତଥା ରାଜ୍ୟସଭାକୁ କାଲିଯାଏ ମୁଲତବୀ ରାଖାଯାଇଛି । ରାଷ୍ଟ୍ରପତିଙ୍କୁ ଏହା ବଡ ଅପମାନ ବୋଲି କହି ବିଜେପି ଦଳ ଓ ଜନସାଧାରଣ ଏନେଇ ଗୃହ ବାହାରେ କଂଗ୍ରେସ ବିରୁଦ୍ଧରେ ନାରା ଲଗାଇଛନ୍ତି ।

Leave a Reply

Your email address will not be published. Required fields are marked *