Pratidin TV

Odisha's Digital News Platform

ଦୁଃଖ କାହାଣୀ କହିଲେ ଆଦିବାସୀ ଯୁବକ: ରୋମରେ କାନ୍ଦି ପକାଇଲେ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ରୋମରେ ଓଡ଼ିଶାର ଗରିବ ଛାତ୍ରର କଥା ଶୁଣି କୋହ ସମ୍ଭାଳି ପାରିଲେନି, ସମସ୍ତଙ୍କ ଆଗରେ କାନ୍ଦି ପକାଇଥିଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁର ଯୁବ ବୈଜ୍ଞାନିକ ଶେଷଦେବ କିସାନଙ୍କ କଥା ଶୁଣି ନବୀନଙ୍କ ଆଖିରୁ ଲୁହ ଝରି ପଡିଥିଲା । ପାଠ ପଢିବା ପାଇଁ ଯେତେବେଳେ ତାଙ୍କ ପାଖରେ ଟଙ୍କାଟିଏ ନ ଥିଲା ସେତେବେଳେ ସହାୟତାର ହାତ ବଢାଇଥିଲେ ମୁଖ୍ୟମନ୍ତ୍ରୀ । 

ଆଉ ଯେଉଁଥିପାଇଁ ସେ  ଜର୍ମାନୀରେ ପାଠ ପଢିବାକୁ ସୁଯୋଗ ପାଇଛନ୍ତି । ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ୨୦୧୮ ମସିହାର ଏହି କଥା ମନେପକାଇ ଦେଇଥିଲେ ଶେଷ । ଆଉ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ ନବୀନ ପଟ୍ଟନାୟକ । ଶେଷଦେବ ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କହିଥିଲେ, ୨୦୧୮ରେ ସେ ଯେବେ ଭୁବନେଶ୍ୱରରେ ତାଙ୍କୁ ଭେଟିବାକୁ ଆସିଥିଲେ ସେତେବେଳେ ସେ ହଳେ ଶସ୍ତା ପ୍ୟାଣ୍ଟ ସାର୍ଟ, ବାଥରୁମ ସ୍ଲିପର ପିନ୍ଧିଥିଲେ ଏବଂ ହାତରେ ଥିଲା ଗୋଟିଏ ଛୋଟ ନୋକିଆ ଫୋନ୍ । ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଆଇଫୋନ୍ ଉପହାର ଦେଇଥିଲେ ।

Advertisement

ପିତାମାତାଙ୍କୁ ହରାଇଥିବା ଜଣେ ଅନାଥ ଯୁବକଙ୍କୁ ସହାୟ ହୋଇ ତାଙ୍କୁ ପାଠ ପଢାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ତାଙ୍କୁ ପିତାମାତାଙ୍କୁ ଅଭାବ ଅନୁଭୂତ ହୋଇନଥିଲା । ଏବଂ ଆପଣଙ୍କ ପାଇଁ ଆଜି ଏଠି ପହଞ୍ଚିପାରିଛି ବୋଲି କହିଥିଲେ ଶେଷ । ଆଉ ଶେଷଙ୍କ କେଇପଦ କଥା ଶୁଣି ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ଲୁହ ଆସିଯାଇଥିଲା । ସେ ହାତରେ ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *