Pratidin TV

Odisha's Digital News Platform

ଦର୍ଶକଙ୍କ ପାଇଁ ବଡ ଖବର ; ରାମନବମୀରେ ସାମ୍ନାକୁ ଆସିଲା ଆଦିପୁରୁଷର ନୂଆ ପୋଷ୍ଟର , ଜାଣନ୍ତୁ କେବେ ହେବ ରିଲିଜ୍ …

ମୁମ୍ବାଇ : ରାମନବମୀରେ ପ୍ରଶଂସକଙ୍କୁ ପାଇଁ ଆସିଲା ଖୁସିଖବର । ରିଲିଜ୍ ହେଲା ଆଦି ପୁରୁଷର ନୂଆ ପୋଷ୍ଟର । ରାମୟଣର କାହାଣୀକୁ ନେଇ ମୁଖ୍ୟ ଭୂମିକାରେ ନଜର ଆସିବେ ସୁପରଷ୍ଟାର ପ୍ରଭାସ , କ୍ରିତି ସାନନ,ସୈଫ୍ ଅଲି ଖାନ,ସନ୍ନି ସିଂ ଏବଂ ଦେବଦତ୍ତନାଗ ଇତ୍ୟାଦି ।

ଏହି ଚଳଚିତ୍ରର ନିର୍ମ।ତା ଓମ ରାଉତ୍ ଆଜି ପବିତ୍ର ରାମନବମୀ ଅବସରରେ ଫିଲ୍ମର ଏଭଳି ଚତ୍ମକାର ପୋଷ୍ଟର ରିଲିଜ୍ କରିଛନ୍ତି। ଏହା ସହ ଫିଲ୍ମଟିର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ତେବେ ଫିଲ୍ମଟି ୧୬ ଜୁନ୍ ୨୦୨୩ ରେ ଓଗଇଢ ଏବଂ ୩ଊ ର ବଡ ପରଦାରେ ମୁକ୍ତିଲାଭ କରିବ ।

ଅନ୍ୟପଟେ ଫିଲ୍ମଟିର ପୋଷ୍ଟରକୁ ନେଇ ଅନେକ ୟୁଜର୍ସ ଟ୍ରୋଲ ମଧ୍ୟ କରୁଛନ୍ତି । କେହି କେହି ଏଭଳି ଲେଖିଛନ୍ତି ଯେ ଦୟାକରି ଆମ ହିନ୍ଧୁ ସଂସ୍କୃତିର ପରିହାସ କରନାହିଁ । ସେହିଭଳି ଆଉ ଜଣେ ଲେଖିଛନ୍ତି ଫିଲ୍ମ ୧୦୦ ରୁ ୧୦୦ ଫ୍ଲପ୍ । ଆଉ କେହି ଲକ୍ଷ୍ମଣଙ୍କ ପୋଷାକକୁ ନେଇ ମଧ୍ୟ ଟ୍ରୋଲ କରିଛନ୍ତି ।

Leave a Reply

Your email address will not be published. Required fields are marked *