Pratidin TV

Odisha's Digital News Platform

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’, ରାମ ଅବତାରରେ ଫ୍ୟାନ୍ସଙ୍କ କ୍ରେଜ୍ ବଢାଇଲେ ପ୍ରଭାସ …

1 min read

ମୁମ୍ବାଇ : ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’। ଏଥର ବି ବାହୁବଳି ଭଳି ରାମ ଅବତାରରେ ଫ୍ୟନ୍ସଙ୍କୁ ଇମ୍ପ୍ରେସ୍ କରିଦେଇଛନ୍ତି ସୁପରଷ୍ଟାର ପ୍ରଭାସ । ଯଦି ଆମେ ଟ୍ୱିଟର ପ୍ରତିକ୍ରିୟାକୁ ବିଶ୍ୱାସ କରିବା ତେବେ ଆଦିପୁରୁଷ ଏକ ହିଟ୍ ଫିଲ୍ମ ଅଟେ । ପ୍ରଶଂସକମାନେ ପ୍ରଭାସଙ୍କ ଏଣ୍ଟ୍ରି ସିନ୍‌କୁ ଅଧିକ ପସନ୍ଦ କରିଛନ୍ତି । ଦର୍ଶକମାନେ ପ୍ରତିକ୍ରିୟା ରଖି କହିଛନ୍ତି ଯେ , ଆଦିପୁରୁଷ ଏକ ଚଳଚ୍ଚିତ୍ର ନୁହେଁ ବରଂ ଏକ ଭାବନା । ଲୋକମାନେ ସ୍କ୍ରିନ୍ ସ୍କ୍ରିପ୍ ଏବଂ ଫିଲ୍ମର ଗୀତଗୁଡିକୁ ଖୁବ୍ ପସନ୍ଦ କରୁଛନ୍ତି । କିନ୍ତୁ ଫିଲ୍ମର VFX ଲୋକଙ୍କୁ ଟିକେ ନିରାଶ କରିଛି ।

https://twitter.com/urstruly__bobby/status/1669512414919008258

ଦେଶର ସବୁଠୁ ହାଇବଜେଟ୍ ଓ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ପରେ ଶେଷ ରଜକୁ ଟିକେ ରଙ୍ଗିନ କରିଛି ଫିଲ୍ମ । ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁ’। ରିଲିଜ୍ ପୂର୍ବରୁ ହିଁ ରେକର୍ଡ ପରେ ରେକର୍ଡ କରି ଚାଲିଛି ସିନେମା। ତେବେ ଫିଲ୍ମକୁ ନେଇ ଅନେକ ବାଦବିବାଦ ଲାଗି ରହିଥିଲେ ମଧ୍ୟ ସେସବୁ ଭିତରେ ରିଲିଜ୍ ହୋଇଯାଇଛି ଫିଲ୍ମ ।

https://twitter.com/BharathKondur/status/1669475166089256962

କୁହନ୍ତି ଅନ୍ତ ଭଲାତୋ ସବ୍ ଭଲା – ଠିକ୍ ସେମିତି ଫିଲ୍ମଟି ନିଜର ସୁଟିଂ ଶେଷ କରିବା ପରେ ଅନେକ ବାଦ ବିବାଦ ଓ ବ୍ୟାନ କରିବା ପାଇଁ ମଧ୍ୟ ପ୍ରୋଟେଷ୍ଟ ଆରମ୍ଭ ହୋଇଥିଲା । କିନ୍ତୁ ଭଗବାନଙ୍କ ଆର୍ଶୀବାଦ୍ ଆଉ ପ୍ରଭାସଙ୍କ ଫ୍ୟାନକ୍ରେଜ୍ ଏବେ କମାଲ ଦେଖାଇଛି । ଫିଲ୍ମଟି ରେକଡ୍ ପରେ ରେକର୍ଡ କରିଚାଲିଛି । ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟି ଫ୍ଲେକ୍ସ ଓ ଅଢ଼େଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନ୍ର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି। ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ଏକାଧିକ ହଲ୍ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’ ଚାଲିଛି।

Leave a Reply

Your email address will not be published. Required fields are marked *