Pratidin TV

Odisha's Digital News Platform

(ଭିଡିଓ)ଜୟଶ୍ରୀ ରାମ ଧ୍ୱନିରେ କମ୍ପିଲା ପ୍ରେକ୍ଷାଳୟ , ବାନରେ ରୂପରେ ଆସି ‘ଆଦିପୁରୁଷ’ ଦେଖିଲେ ହନୁମାନ ….

ନୂଆଦିଲ୍ଲୀ : ରିଲିଜ୍ ହେଲା ଦେଶର ସବୁଠୁ ବେଶି ବଜେଟ୍‌ର ଫିଲ୍ମ ଆଦିପୁରୁଷ । ଶେଷରେ ପ୍ରଶଂସକମାନଙ୍କ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରେକ୍ଷାଳରେ ଚାଲିଛି ସୁପରଷ୍ଟାର ପ୍ରଭାସଙ୍କ ଆଦିପୁରୁଷ । ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁଷ’। ରିଲିଜ୍ ପୂର୍ବରୁ ହିଁ ରେକର୍ଡ ପରେ ରେକର୍ଡ କରି ଚାଲିଛି ସିନେମା। ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟି ଫ୍ଲେକ୍ସ ଓ ଅଢ଼େଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନ୍ର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି। ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ଏକାଧିକ ହଲ୍ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’ ଚାଲିଛି।

ତେବେ ଏସବୁ ଭିତରେ ଏକ ଚତ୍ମକାର ଦୃଶ୍ୟ ସାମ୍ନାକୁ ଆସିଛି । ତେଲେଙ୍ଗାନାର ଏକ ହଲରେ ଆଦିପୁରୁଷର ପ୍ରିମିୟର ଚାଲୁଥିବା ବେଳେ ଏକ ମାଙ୍କଡଟିକୁ ସ୍କାଏଲାଇଟ୍ ପଟେ ବେକ ହଲ୍ ଭିତରେ ପୁରାଇ ସମ୍ପୂର୍ଣ୍ଣ ସିନ ଦେଖିଥିଲା । ଯାହାକୁ ଦେଖି ଦର୍ଶକ ମାନେ କିଛି ମୁହୁର୍ତ୍ତ ପାଇଁ ଭାବୁକ ହୋଇପଡିଥିଲେ । ଏବଂ ହଲ୍‌ରେ ଜୟ ଶ୍ରୀ ରାମ୍‌ର ନାରା ଲଗାଇଥିଲେ । ତେବେ ରାମଙ୍କ ବିନା ହନୁମାନ ଅଧୁରା , କୁହାଯାଏକେଯଉଁ ଯେଉଁ ଯୁଗରେ ରାମଙ୍କ କଥାବସ୍ତୁ ଉପରେ ଆଲୋଚନା ହେବ ହନୁମାନ ସେଠାରେ ଯେମିତି ହେଲେ ବି ପହଞ୍ଚିବେ ।

Leave a Reply

Your email address will not be published. Required fields are marked *