Pratidin TV

Odisha's Digital News Platform

ଟ୍ରିଜର ରିଲିଜ୍ ପରେ ଟ୍ରୋଲ ହେଲେ ‘ପ୍ରଭାସ’: ଫିଲ୍ମଟିକୁ କାର୍ଟୁନ୍ ଚ୍ଯାନେଲ ସହ ତୁଳନା କଲେ ପ୍ରଶଂସକ

1 min read

ନୂଆଦିଲ୍ଲୀ : ଦୀର୍ଘଦୀନ ଧରି ଚାତକ ଭଳି ଚାହିଁ ବସିଥିବା ଦର୍ଶକ ଶେଷରେ ନିରାଶ ହୋଇଛନ୍ତି । ପ୍ରଭାସଙ୍କୁ ପ୍ରଭୁ ରାମଚନ୍ଦ୍ର ଅବତାରରେ ଦେଖିବାପାଇଁ ଅନାଇବସିଥିବା ପ୍ରସଂସକଙ୍କୁ ନିରାଶ କରିଛି ଫିଲ୍ମ ଆଦିପୁରୁଷ । ଫିଲ୍ମର ଖରାପ ଭିଏଫ୍‌ଏକ୍ସ ବା ଭିଜୁଆଲ ଇଫେକ୍ଟସ୍ ଲୋକମାନଙ୍କୁ ନିରାଶ କରିଛି । ଏହି ଫିଲ୍ମର ଟିଜରକୁ ଲୋକେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ। ତେବେ ଏହି ଟିଜର ସାମ୍ନାକୁ ଆସିବା ପରେ ଫ୍ୟାନ୍ମାନଙ୍କ ଏକ୍ସସାଇଟ୍ମେଣ୍ଟ ପାଣି ଫୋଟକା ଭଳି ଫାଟିଯାଇଛି।
ଯାହାପାଇଁ ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜ ପ୍ରିୟ ଷ୍ଟାର ପ୍ରଭାସଙ୍କ ସହ ଫିଲ୍ମର ଅନ୍ୟ କଳାକାରମାନଙ୍କୁ ମଧ୍ୟ ଟ୍ରୋଲ କରିଛନ୍ତି ।

https://twitter.com/trolee_/status/1576572799711252480

ରିଲିଜ ହୋଇଥିବା ‘ଆଦିପୁରୁଷ’ର ଟିଜରରେ ପ୍ରଭାସଙ୍କୁ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିଛି, ଯିଏ ମାତା ସୀତାଙ୍କୁ ଲଙ୍କାରୁ ଫେରାଇ ଆଣୁଛନ୍ତି। ରାମସୀତାଙ୍କ ସହିତ ବାନର ସେନା ମଧ୍ୟ ଅଛନ୍ତି । ହେଲେ ଏହି ସମସ୍ତ ଦୃଶ୍ୟ ଦେଖିଲେ ଏହା ଏକ ଆନିମେସନ୍ ଫିଲ୍ମ ଭଳି ଦେଖାଯାଉଛି। ଏହା ଲାଇଭ୍ ଆକ୍ସନ୍ ଫିଲ୍ମ ଭଳି ଲାଗୁ ନାହିଁ।ସେହିପରି ସୋଶାଲ ମିଡିଆରେ ୟୁଜର୍ସମାନେ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ପ୍ରଭାସଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି। ୟୁଜର୍ସମାନେ ଭିଜୁଆଲ ଇଫେକ୍ଟସ୍ ଦେଖିବା ମାତ୍ରେ ଟିଜରକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଏହା ବ୍ୟତୀତ ସେମାନେ କହିଛନ୍ତି ନିର୍ଦ୍ଦେଶକ ଓମ୍ ରାଉତ ଶୀଘ୍ର ଏହି ଭୁଲକୁ ଠିକ୍ କରିବା ଉଚିତ୍। ଅନେକ ୟୁଜର୍ସ ଏହି ଟିଜରର ଭିଜୁଆଲ ଇଫେକ୍ଟସ୍କୁ ପରିହାସ କରିଛନ୍ତି । କେହି କେହି ଥଟ୍ଟା କରି କହିଛନ୍ତି ଏହା କାର୍ଟୁନ୍ ନେଟୱର୍କ ଏବଂ ପୋଗୋ କାର୍ଟୁନ୍ ଚ୍ୟାନେଲର କାର୍ଟୁନ୍ ପରି ଲାଗୁଛି।

ତେବେ ଏହିଫିଲ୍ମରେ ସୁପରଷ୍ଟାର ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ କ୍ରିତି ସାନନ୍ ସୀତା ଭୂମିକାରେ ଅଛନ୍ତି। ଲକ୍ଷ୍ମଣଙ୍କ ଭୂମିକାରେ ସନ୍ନି ସିଂହ ଓ ରାବଣ ଭୂମିକାରେ ସୈଫ୍ ଅଲି ଖାନ୍ଙ୍କୁ ଦେଖିବାକୁ ମିଳିଥିବା ବେଳେ , ସେଫ୍‌ଙ୍କୁ ନେଇ ଅନେକ ଟ୍ରୋଲ କରିଛନ୍ତି ଦର୍ଶକ । ରାବଣଙ୍କ ଚରିତ୍ରରେ ଅଭିନୟ କରିଥିବା ସୈଫ୍ ଅଲି ଖାନଙ୍କ ପୁଷ୍ପକ ବିମାନକୁ ନେଇ ରାବଣଙ୍କ ହେୟାର ଷ୍ଟାଇଲ ପର୍ଯ୍ୟନ୍ତ ସବୁକୁ ଟ୍ରୋଲ କରିଛନ୍ତି ଦର୍ଶକ ।

https://twitter.com/Sourav058/status/1576754146392539136

ଏହାସହ ଟ୍ରିଜରରେ ଦେଖାଯାଇଥିବା ବାନସେନାକୁ ମଧ୍ୟ ବିରୋଧ କରିଚନ୍ତି ଦର୍ଶକ । ପୁଷ୍କବିମାନକୁ ବିକୃତ ରୂପରେ ଦେଖାଦେବାସହ , ସ୍ୱର୍ଣ୍ଣ ଭବନ ଲଙ୍କାକୁ ଚାରକଲ ହାଉସ୍ ଭଳି ଦେଖାଯାଇଛି ।ସେହିଭଳି ବାନର ମାନଙ୍କୁ ମଧ୍ୟ ଭିନ୍ନ ଭିନ୍ନ ରୂପରେ ଦେଖାଯାଇଛି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ନିର୍ଦ୍ଦେଶକ ବାନର ସେନାର ସୈନିକମାନଙ୍କୁ ମୂଳ କାହାଣୀ ପରି ଅଧା ମାନବ ଏବଂ ଅଧା ମାଙ୍କଡ଼ କରିବା ଉଚିତ୍। କେବଳ ସେତିକି ନୁହେଁ, ସୈଫ ଅଲି ଖାନ ଓ ପ୍ରଭାସଙ୍କ ରୂପାନ୍ତର ମଧ୍ୟ ୟୁଜର୍ସମାନଙ୍କୁ ପସନ୍ଦ ଆସିନାହିଁ।

ନିର୍ଦ୍ଦେଶକ ଓମ ରାଉତ ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ରାମାୟଣର ଉପରେ ନିର୍ମାଣ କରିଛନ୍ତି। ଜାପାନର ଆନିମେଟେଡ୍ ଫିଲ୍ମ ରାମାୟଣ ଦେଖିବା ପରେ ଏହି ଚଳଚ୍ଚିତ୍ର ତିଆରି କରିବା ପାଇଁ ସେ ଚିନ୍ତା କରିଥିଲେ। କୋଭିଡ -୧୯ର ଲକଡାଉନ୍ ସମୟରେ ସେ ‘ଆଦିପୁରୁଷ’ର କାହାଣୀ ଲେଖିଥିଲେ। ଫିଲ୍ମର ବଜେଟ୍ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଠୠଢ କାର‌୍ୟ୍ୟରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *