Pratidin TV

Odisha's Digital News Platform

ସଫଳତାର ସହ ଆଗେଇ ଚାଲିଛି ଆଦିତ୍ୟ-L1; ମହାକାଶରୁ ସୂର୍ଯ୍ୟଙ୍କ ପଠାଇଲା ତଥ୍ୟ

1 min read

ହାଇଦ୍ରାବାଦ: ଆସିଲା ଖୁସି ଖବର । ମହାକାଶରୁ ଆସିଲା ଏହି ଖୁସର ଖବର । ସୂର୍ଯ୍ୟ ଅଧ୍ୟୟନ ପାଇଁ ମହାକାଶକୁ ଯାଇଥିବା ସୌର ମିଶନ ଦେଇଛି ଖୁସିର ଖବର । ଇସ୍ରୋ ଦ୍ୱାରା ପଠାଯାଇଥିବା ଭାରତର ପ୍ରଥମ ସୌର ମିଶନ ସଫଳତାର ସହ ତଥ୍ୟ ଦେବା ଆରମ୍ଭ କରିଛି । ଆଦିତ୍ୟ-L1 ନିଜର ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରିଛି । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ସ୍ଟେପସ୍ ଯନ୍ତ୍ରର ସେନ୍ସରଗୁଡିକ ପୃଥିବୀଠାରୁ ୫୦ ହଜାର କିଲୋମିଟରରୁ ଅଧିକ ଦୂରରେ ରହି ସୁପର ଥର୍ମାଲ , ଉର୍ଜାବାନ ଏବଂ ଇଲେକ୍ଟ୍ରନ କୁ ମାପିବା ଆରମ୍ଭ କରିଦେଇଛି । ଯାହା ବୈଜ୍ଞାନିକମାନଙ୍କୁ ପୃଥିବୀ ଚାରିପାଖେ କଣିକାର ବ୍ୟବହାରର ବିଶ୍ଲେଷଣ କରିବାରେ ସାହାଯ୍ୟ କରି ପାରିବ । ଏବଂ ବାୟୁମଣ୍ଡଳରେ ହେଉଥିବା ସମସ୍ତ ପରିବର୍ତ୍ତନ ବିଷୟରେ ବୈଜ୍ଞାନିକମାନଙ୍କୁ ସୂଚନା ମିଳିବ । ଆଦିତ୍ୟ-L1 ମିଶନର ଏକ ଗୁରୁତ୍ୱପୁର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି । ମଧ୍ୟରାତ୍ରୀରେ ଟ୍ରାନ୍ସ-ଲାଗ୍ରାଞ୍ଜିଆନ ପଏଣ୍ଟ ଇନ୍ସର୍ସନ ଅତିକ୍ରମ କରିବ ବୋଲି ଇସ୍ରୋ ସୂଚନା ଦେଇଛି ।

ପୃଥିବୀଠାରୁ ପାଖାପାଖି ୧.୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ-ପୃଥିବୀ ଲାଗ୍ରେଞ୍ଜ ପଏଣ୍ଟ ଖ୧ ଆଡକୁ ଯାତ୍ରା ଆରମ୍ଭ କରିବ ଆଦିତ୍ୟ-L1 । ଯାତ୍ରା କରିବାକୁ ଆଉ ୧୧୦ ଦିନ ସମୟ ଲାଗିବ । ସୂଚନାମୁତାବକ, ସେପ୍ଟେମ୍ବର ୨ରେ ପୂର୍ବାହ୍ନ ୧୧ଟା ୫୦ ମିନିଟ ସମୟରେ ଇସ୍ରୋର ସୌର ଅଭିଯାନ ଆଦିତ୍ୟ ଏଲ୧ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଶତୀଶ ଧାୱନ ସ୍ପେସ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । PSLVV-C57 ରକେଟ ସହାୟତାରେ ଏହାକୁ ପ୍ରତିକ୍ଷେପଣ କରାଯାଇଥିଲା । ତେବେ ବର୍ତ୍ତମାନ ୪ର୍ଥ କକ୍ଷପଥ ସମାପ୍ତ କରି ୫ମ କକ୍ଷପଥରେ ପ୍ରବେଶ କରିଛି ଆଦିତ୍ୟ ଏଲ୍‌୧ । ଏହି ପ୍ରକ୍ରିୟା ଶେଷ ହେବା ପରେ ସିଧା ଏଲ୧ ପଏଣ୍ଟ ଆଡକୁ ଗତି କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ସୂର୍ଯ୍ୟଙ୍କ ବାହ୍ୟସ୍ତର ଓ କ୍ରୋମୋସଫିର ଉପରେ ଅଧ୍ୟୟନ କରାଯିବା ନେଇ ଏହାକୁ ପଠାଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *