Pratidin TV

Odisha's Digital News Platform

ଭାରତକୁ ମିିଳିଲା ବଡ଼ ସଫଳତା , ଲକ୍ଷ ସ୍ଥଳରେ ପହଞ୍ଚିଲା ଆଦିତ୍ୟ L1 ..

1 min read

ପୁଣି ଥରେ ଅନ୍ତରୀକ୍ଷରେ ଇତିହାସ ରଚିଲା ଭାରତ । ଗତବର୍ଷ ଅଗଷ୍ଟ ମାସରେ ଚନ୍ଦ୍ରଯାନ-୩ର ସଫଳତା ପରେ ପୁଣି ଥରେ ଭାରତୀୟ ବୈଜ୍ଞାନିକ ମାନଙ୍କୁ ମିଳିଛି ବଡ଼ ସଫଳତା ।ଏବେ ଭାରତର ସୂର୍ଯ୍ୟ ମିଶନ ସଫଳ ହୋଇଛି । ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌-୧ । ଆଦିତ୍ୟ ଏଲ୍‌-୧ , ୧୨୬ ଦିନ ମଧ୍ୟରେ ପୃଥିବୀଠୁ ୧୫ ଲକ୍ଷ କ.ମି ଦୂର ଲଗରାଞ୍ଜିଆନ୍ ପଏଣ୍ଟ
L1 ରେ ଥିବା ହାଲୋ ଅର୍ବିଟରେ ଅବସ୍ଥାପିତ କରାଯାଇଛି । ଆଦିତ୍ୟ ଏଲ୍‌-୧ର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି । ନିଜ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ବୋଲି କହିଛନ୍ତି ମୋଦି । ଏଥିସହ ଭାରତୀୟ ବୈଜ୍ଞାନିକମାନଙ୍କୁ ସେ ପ୍ରଶଂସା ମଧ୍ୟ କରିଛନ୍ତି ।

ଇସ୍ରୋ ମୁଖ୍ୟଙ୍କ ସୂଚନନୂଯାୟୀ ଆଦିତ୍ୟ ଏଲ୍‌-୧ ମିଶନ ଗନ୍ତବ୍ୟ ସ୍ଥଳରେ ସ୍ଥାପିତ ହେବା ପରେ ଆଗାମୀ ୫ ବର୍ଷ ପାଇଁ ସୂର୍ଯ୍ୟଙ୍କ ଉପରେ ଘଟୁଥିବା ବିଭିନ୍ନ ଘଟଣାରେ ନଜର ରଖିବ । ଆଦିତ୍ୟ ଏଲ୍‌-୧ର ଜୀବନ ହେଉଛି ୫ବର୍ଷ ୨ ମାସ । ୫ବର୍ଷ ୨ ମାସ ପର୍ଯ୍ୟନ୍ତ ସେଠାରେ ରହିବ ଏବଂ ସମସ୍ତ ତଥ୍ୟ ସଂଗ୍ରହ କରିବ । ଯାହା କେବଳ ଭାରତ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ତାସହିତ ଦେଶ ତଥା ସମଗ୍ର ବିଶ୍ୱର ସମସ୍ତ ଉପଗ୍ରହକୁ ସୌର ଝଡ଼ରୁ ରକ୍ଷା କରିବ ।

Leave a Reply

Your email address will not be published. Required fields are marked *