Pratidin TV

Odisha's Digital News Platform

ସୂର୍ଯ୍ୟ ଅଭିଯାନରେ ଆଉ ପାଦେ ଆଗେଇଲା ଇସ୍ରୋ…

1 min read


ଚନ୍ଦ୍ରଯାନ ସଫଳତା ପରେ ଏବେ ସୂର୍ଯ୍ୟ ମିଶନ ଅଭିଯାନରେ ଆଉ ପାଦେ ଆଗେଇଛି ଭାରତ । ଆଦିତ୍ୟ L1 ମହାକାଶଯାନ ପୃଥିବୀର ପ୍ରଭାବ କ୍ଷେତ୍ରରୁ ସଫଳତାର ସହ ବାହାରିଛି । ବର୍ତ୍ତମାନ ଆଦିତ୍ର L1 ପୃଥିବୀ ଗ୍ରହରୁ ପ୍ରାୟ୯.୨ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରି ସାରିଛି । ଏହି ମାହାକାଶଯାନ ଲାଗ୍ରେଞ୍ଜ ପଏଣ୍ଟ ଆଡକୁ ଗତିନ କରୁଛି ବୋଲି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଗତକାଲି ସୂଚନା ଦେଇଛନ୍ତି । ଚଳିତବର୍ଷ ସେପ୍ଟେମ୍ବର ୨ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରୀକୋଟା ଠାରୁ ଆରମ୍ଭ ହୋଇଥିବା ଆଦିତ୍ୟ ଏଲ୧ ଭାରତର ପ୍ରଥମ ସୂର୍ଯ୍ୟ ମିଶନ । ଏହାସହ କ୍ରମାଗତ ଦ୍ୱିତୀୟ ଥର, ଇସ୍ରୋ ପୃଥିବୀର ପ୍ରଭାବ କ୍ଷେତ୍ରରୁ ବାହରକୁ ମହାକାଶଯାନ ପଠାଇବାରେ ସକ୍ଷମ ହୋଇଛି । ମଙ୍ଗଳ ଅର୍ବିଟର ମିଶନ ସମୟରେ ଏହା ପ୍ରଥମ ଥର ପାଇଁ କରାଯାଇଥିଲା । ପୃଥିବୀର ଆକର୍ଷଣ ବଳୟ ବାହାରକୁ ମଙ୍ଗଳ ଯାନ ପଠାଇଥିଲା ଇସ୍ରୋ । ସେପ୍ଟେମ୍ବର ଏଲ୍‌୨ ରେ ଆଦିତ୍ୟ- ଏଲ୍‌୧ ମହାକାଶଯାନ ଉତକ୍ଷେପଣ କରାଯାଇଥିଲା । ଆଉ ୯୦ ଦିନ ପରେ ଲାଗ୍ରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୍ ୱାନ୍ । ଏହା ପୃଥିବୀଠାରୁ ପ୍ରାୟ ୧.୫ ମିଲିୟନ କିଲୋମିଟର ସୂର୍ଯ୍ୟଙ୍କ ଦିଗରେ ଲାଗ୍ରେଞ୍ଜ ପଏଣ୍ଟର ଏକ କକ୍ଷ ପଥରେ ଅବସ୍ଥିତ କରିବ ।

Advertisement

Leave a Reply

Your email address will not be published. Required fields are marked *