Pratidin TV

Odisha's Digital News Platform

ସୂର୍ଯ୍ୟ ମିଶନକୁ ନେଇ ଆସିଲା ବଡ଼ ଅପଡେଟ୍, ଜାନୁଆରୀ ୬ରେ L-1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ…

1 min read

ସୂର୍ଯ୍ୟ ମିଶନକୁ ନେଇ ମିଳିଲା ବଡ଼ ଖୁସି ଖବର । 2024 ଜାନୁଆରୀ ୬ରେ L-1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ । ଏ ନେଇ ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ,ଯେତେବେଳେ ଆଦିତ୍ୟ L1 ସୂର୍ଯ୍ୟଙ୍କ ନିକଟତମ L-1 ପଏଣ୍ଟରେ ପହଞ୍ଚିବ, ସେତେବେଳେ ପୁଣି ଥରେ ଇଞ୍ଜିନ ଫାୟର କରିବାକୁ ପଡ଼ିବ। ଯାହାଫଳରେ ଏହା ଯେପରି ଏହି ପଏଣ୍ଟଠାରୁ ଆଗକୁ ନ ଯାଏ । ତେବେ ଏହା କେତେବେଳେ ପହଞ୍ଚିବ ତା’ର ନିର୍ଦ୍ଧିଷ୍ଟ ସମୟ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ। ଥରେ L-1 ପଏଣ୍ଟରେ ପହଞ୍ଚିବା ପରେ, ଏହା L-1 ପଏଣ୍ଟର ଚାରିପାଖରେ ଘୂରିବା ଆରମ୍ଭ କରିବ। ଥରେ ଆଦିତ୍ୟ L-1 ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଏହା ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବ ଏବଂ ସେଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିବ। ତେବେ ଏହି ଉପଲବ୍ଧି କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ।ତେବେ କିଛି ଦିନ ପୂର୍ବରୁ ଆଦିତ୍ୟ L-1 ମିଶନର ସଫଳତାର ପ୍ରଥମ ପ୍ରମାଣ ସାମ୍ନାକୁ ଆସିଥିଲା। ଏହି ସାଟେଲାଇଟରେ ଥିବା ସୋଲାର ଅଲଟ୍ରା ଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍‌ ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କ ଫୁଲ୍ ଡିସ୍କ୍‌ ଫଟୋ ପଠାଇଥିଲା। ଏହି ସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ୱେଭଲେନ୍ଥର ଥିଲା। ଅର୍ଥାତ ଆପଣଙ୍କୁ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ। ୨୦ ନଭେମ୍ବର ୨୦୨୩ରେ ଆଦିତ୍ୟ- L1 ର SUIT ପେଲୋଡ୍ ସକ୍ରିୟ କରାଯାଇଥିଲା। ଏହି ଟେଲିସ୍କୋପ୍ ସୂର୍ଯ୍ୟଙ୍କ ଫଟୋସ୍ପିୟର ଓ କ୍ରୋମୋସ୍ପିରର ଫଟୋ ଉଠାଇଥିଲା।

Advertisement

Leave a Reply

Your email address will not be published. Required fields are marked *