Pratidin TV

Odisha's Digital News Platform

ଗଣ ମାମଧ୍ୟମର ପ୍ରଭାବ ; ଦିବ୍ୟାଙ୍ଗ ଟେରସା ମାଉସୀଙ୍କ ପାଖରେ ପହଞ୍ଚିଲା ଟ୍ରାଇସାଇକେଲ୍ …

1 min read

ସୁନ୍ଦରଗଡ ; ବ୍ୟାଙ୍କରେ ଆଧାର ସଂଯୋଗ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବାହାରିଥିଲେ ୩୦ କିମି । ଆଜି ଜାତୀୟ ପ୍ରେସ୍ ଦିବସରେ ଦେଖିବାକୁ ମିଳିଛି ଗଣମାଧ୍ୟମର ବଡ ପ୍ରଭାବ । ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ବଡ଼ମାଲ ବଜାରପଡା ର ବାସିନ୍ଦା ୬୮ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧା ଟେରସା ବାର୍ଲା।

ଦେହ ଅସୁସ୍ଥତା କାରଣରୁ ଆକାଉଣ୍ଟର ଟଙ୍କା ଉଠାଇବାକୁ ବଡ଼ମାଳ ଗ୍ରାହକ ସେବାକେନ୍ଦ୍ରରେ ଯାଇଥିବା ବେଳେ ବ୍ୟାଙ୍କରେ ଆଧାର ଲିଙ୍କ୍ ନଥିବା ନେଇ ଟଙ୍କା ଉଠାଇ ପାରିନଥିଲେ ଟେରସା ମାଉସୀ । ଏହି ସମୟରେ ନିଜ ଦିବ୍ୟାଙ୍ଗ କାରଣରୁ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ୩୦ କିମି ଦୂର ବ୍ୟାଙ୍କୁ ଆଧାର ଲିଙ୍କ୍ ପାଇଁ ବାହାରିପଡିଥିଲେ ।

Advertisement

ତେବେ ଏହି ଖବର ଆଜି ଗଣମାଧ୍ୟମରେ ପ୍ରସାରିଣ ହେବା ପରେ ଟେରସା ମାଉସୀଙ୍କ ପାଖରେ ପ୍ରଶାସନ ପହଞ୍ଚିଥିଲା। ତାଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଆଣାଯାଇ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି। ଭତା ପଇସା କୁ ଘରେ ପ୍ରଦାନ ଦେବା ପାଇଁ ପ୍ରସାସନ କୁ ଅନୁରୋଧ କରିଛନ୍ତି। ସରକାର ଙ୍କ ପକ୍ଷରୁ ୩୫ କେଜି ଚାଉଳ ପ୍ରଦାନ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *