Pratidin TV

Odisha's Digital News Platform

୧୫ ବର୍ଷ ନାବାଳିକାର ଚାଲିଥିଲା ବାଲ୍ୟବିବାହ , ହାତଗଣ୍ଠି ପଡିବା ପୂର୍ବରୁ ପହଞ୍ଚିଗଲା ପ୍ରଶାସନ ..

ଆଜି ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ଦ୍ୱାରା ଏକ ବାଲ୍ୟ ବିବାହ ରୋକିଛି। ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣୀଶ୍ରୀ ପଟ୍ଟନାୟକଙ୍କ ଠାରୁ ସୂଚନା ପାଇ ବି. ଏମ.ସି. ୩ ର ବାଲ୍ୟ ବିବାହ ନିରୋଧ ଅଧିକାରୀ ଶ୍ରୀମତୀ ସଂଗୀତା ପାଢ଼ୀ ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ୱେଚ୍ଛା ସେବୀ ଶ୍ରୀମତୀ ଶିବାନୀ ନାୟକ, ଶ୍ରୀମତୀ ହରପ୍ରିୟା ପତି, ଓ ବି.ଏମ.ସି. ୩ ର ଅଙ୍ଗନୱାଡ଼ି ସୁପରଭାଇଯର ଶ୍ରୀମତୀ ଅନନ୍ୟା ଜେନା ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ସୁଜାତା ଦାସ, ଆଶା କର୍ମୀ ଶ୍ରୀମତୀ ଚନ୍ଦନା ଚଇନି, ଚାଇଲ୍ଡ ଲାଇନ କର୍ମୀ ଶ୍ରୀ ପିଣ୍ଟୁ ମଲ୍ଲିକ ଓ ନିତୁ ସିଂ ଘଟଣା ସ୍ଥଳ ରେ ପହଞ୍ଚି ମଞ୍ଚେଶ୍ୱର୍ ପୋଲିସ ସହାୟତା ରେ ଏହି ବାଲ୍ୟ ବିବାହ ବନ୍ଦ କରିବା ସଙ୍ଗେ ସଙ୍ଗେ ଜଣେ ୧୫ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ।

ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇ ମଞ୍ଚେଶ୍ଵର୍ ଥାନାରେ ବାଲ୍ୟ ବିବାହ ନିରୋଧ ଅଧିକାରୀଙ୍କ ଦ୍ବାରା ଏକ ମାମଲା ଦାୟର କରାଯାଇଅଛି। ଶିଶୁ କନ୍ୟାଟିକୁ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ହଜାର କରାଯାଇ ବିଶ୍ୱ ଜୀବନ ସେବା ସଂଘ ଓପନ ସେଲଟରରେ ରଖାଯାଇ କାଉନସେଲିଂ କରାଯାଉଅଛି।

ଏହି ବିବାହକୁ କନ୍ୟାର ପିତାମାତା ଆନ୍ଧ୍ରପ୍ରଦେଶ କୋଲାର ଜିଲ୍ଲା ର ସୁନିଲ କୁମାର ପାତ୍ର, ବୟସ ୩୦ବର୍ଷ ନାମକ ଜଣେ ଯୁବକ ସହିତ ପାଣ୍ଡରା ଜଗନ୍ନାଥ ମନ୍ଦିରରେ କରାଯିବାର ବ୍ୟବସ୍ଥା କରିଥିଲେ।

Leave a Reply

Your email address will not be published. Required fields are marked *