Pratidin TV

Odisha's Digital News Platform

ଶୁଣିଲାନି ପ୍ରଶାସନ ଡ୍ରେନ ତିଆରି କଲେ ସ୍ଥାନୀୟ ବାସିନ୍ଦା …

1 min read

ରାଜଗାଙ୍ଗପୁର : ପ୍ରଶାସନିକ ଅଧିକାରୀଙ୍କଠୁ ଜନପ୍ରତିନିଧି, ସମସ୍ତଙ୍କୁ ଗୁହାରି କଲେ ହେଲେ କେହି ଶୁଣିଲେନି। ଶେଷରେ ନିଜ ଅଞ୍ଚଳର କାମକୁ ହାତକୁ ନେଲେ ଯୁବପିଢ଼ି। ସ୍ଥାନୀୟ ଯୁବକ କାନ୍ଧରେ କାନ୍ଧ ମିଶାଇ ହାତରେ କୋଡି, କୋଦାଳ ଧରି ନିର୍ମାଣ କଲେ ଡ୍ରେନ। ଘଟଣାଟି ଘଟିଛି ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୪ ଭାଟାପଡାରେ ଥିବା ଇମାମ ବାଡ଼ା ନିକଟରେ। ଇମାମବାଡ଼ା ନିକଟରେ ଥିବା ଡ୍ରେନ ଦୀର୍ଘ ଦିନରୁ ମରାମତି ଅଭାବରୁ ଭାଙ୍ଗିଯାଇଥିଲା।

ଯାହାଦ୍ଵାରା ମଇଳା ପାଣି ସବୁ ରାସ୍ତା ଉପର ଦେଇ ଯାଉଥିଲା। ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେବା ସହିତ ପରିବେଶ ଦୂଷିତ ହେଉଥିଲା। ସରକାର ସ୍ୱଚ୍ଛତାକୁ ପ୍ରାଥମିକତା ଦେଉଥିବା ବେଳେ ପୌରପାଳିକାର ଅବହେଳା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଆଗକୁ ମୁସଲମାନ ସମ୍ପ୍ରଦାୟର ପର୍ବ ମହରମ ଆସୁଛି ଏହି ସ୍ଥାନରେ ଶତାଧିକ ଲୋକଙ୍କର ଭିଡ଼ ଜମିରହେ। ଯିବା ଆସିବା ମୁକୁଳା ଡ୍ରେନ ପ୍ରତିବନ୍ଧକ ସାଜିବ।

Advertisement

ଏଥିପାଇଁ ପୌରପାଳିକାରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କୌଣସି ପ୍ରକାରର ସୁଫଳ ମିଳିଲାନାହିଁ ଶେଷରେ ସ୍ଥାନୀୟ ଯୁବକ ମାନେ ନିଜ ଚେଷ୍ଟାରେ ଏହି ଡ୍ରେନଟିକୁ ତିଆରି କରିଛନ୍ତି। ଏଭଳି ଏକ ମହତ କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ସାଜିଛନ୍ତି। ବାସ୍ତବିକ ଏହା ଏକ ପ୍ରସଂଶନୀୟ କାର୍ଯ୍ୟ। କିନ୍ତୁ ପ୍ରଶାସନର ଏଭଳି ଅବହେଳା ନେଇ ଉଠିଛି ପଶ୍ନ ।

Leave a Reply

Your email address will not be published. Required fields are marked *