Pratidin TV

Odisha's Digital News Platform

ଆରପାରି ରେ ଗାୟକ ଅଦନାନ ସାମିଙ୍କ ମା’ , ପୋଷ୍ଟ ସେୟାର କରି ଦେଲେ ସୂଚନା …

1 min read

ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା  ଦୁଃଖଦ ଖବର।ବଲିଉଡର ପ୍ରସଦ୍ଧ  ଗାୟକ ଅଦନାନ୍ ସାମି ଙ୍କ ମାର ପରଲୋକ ହୋଇଛି ।  ଏନେଇ ସିଙ୍ଗର୍‌ ଅଦନାନ ସାମି ନିଜେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।ସୋମବାର, ଅକ୍ଟୋବର ୭ରେ ଗାୟଙ୍କ ମାଆ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତେବେ ସେ କିପରି ମୃତ୍ୟୁବରଣ କଲେ ? ତାଙ୍କର କୌଣସି ରୋଗ ବା ବୟସ ସମ୍ବନ୍ଧୀୟ ସମସ୍ୟା ଥିଲା କି? ଏହି ସୂଚନା

ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଗାୟକଙ୍କ ମା’ଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ଜଣା ପଡିନାହିଁ। ମାଆ ଙ୍କ ମୃତ୍ୟକୁ ନେଇ ସୂଚନା ଦେଇ ସିଙ୍ଗର ଅଦନାନ ତାଙ୍କ ମା’ଙ୍କ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିସହ ନିଜ ଯନ୍ତ୍ରଣାକୁ ସେୟାର କରିଛନ୍ତି।  ଅଦନାନଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ବି-ଟାଉନରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପୋଷ୍ଟ ଦେଖି ବର୍ତ୍ତମାନ ଗାୟକଙ୍କ ଘନିଷ୍ଠ ଲୋକ ଏବଂ ତାଙ୍କ ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇ ପଡିଛନ୍ତି। ତାଙ୍କ ମା’ଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *