ଜାରି ହେଲା ADR ରିପୋର୍ଟ ; ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ସବୁଠି ଗରିବ ବିଧାୟକ ରହିଛନ୍ତି ମକରନ୍ଦ ମୁଦୁଲି
1 min readବ୍ୟାରି ହୋଇଛି ADR ତାଲିକା | ଏବଂ ଏହି ସମ୍ପତି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ସବୁଠାରୁ ଆଗରେ ରହିଛି | ଏବଂ ୧୦ଟି ଏଭଳି ନାଁ ରହିଛି ବିଧାୟକଙ୍କର ଯେଉଁମାନଙ୍କ ପାଖରେ ରହିଛି ୧ କୋଟିରୁ ଉର୍ଦ୍ଧ୍ବ ସମ୍ପତି | ତେବେ ମୁଖ୍ୟମନ୍ତ୍ରୀ ନବୀନ ପତ୍ତନୟକ ଯିଏ କି ଗଞ୍ଜାମରୁ ପ୍ରତିନିଧିତ୍ବ କରୁଛନ୍ତି ନିଜ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ | ତାଙ୍କର ସମ୍ପତିର ପରିମାଣ ୬୩,୬୪,୧୫,୨୬୧ ରହିଛି |
ତେବେ ପ୍ରଥମରେ ମୁଖ୍ୟମନ୍ତ୍ରୀଙ୍କ ପରେ ୨ୟ ରେ ରହିଛନ୍ତି ଦୀପାଳି ଦାସ | ଦୀପାଳି ଦାସ ଝାରସୁଗୁଡାର ବିଧାୟିକା ଅଟନ୍ତି | ତେବେ ତାଙ୍କର ମୋଟା ସମ୍ପତି ରହିଛି ୪୦,୧୭,୨୮,୨୭୯ ଟଙ୍କା | ୩ୟ ସ୍ଥାନରେ ରହିଛନ୍ତି ବଲାଙ୍ଗୀରିର ବିଧାୟକ ସରୋଜ କୁମାର ମେହେର ଯାହାର ସମ୍ପତି ରହିଛି ମୋଟ ୩୧,୪୩,୫୫,୬୮୯ ଟଙ୍କା ରହିଅଛି | ଏବଂ ୪ର୍ଥ ରେ ରହିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପିତ୍ତନାୟକ ଯାହାର ସମ୍ପତି ରହିଛି ମୋଟ ୩୦,୨୯,୦୭,୯୪୬ ତାଙ୍କ ରହିଛି | ସେହିଭଳି ଭାବେ ମହମ୍ମଦ ମୁକିମଙ୍କ ୧୭,୯୭,୮୬,୧୭୩ ଟଙ୍କା ରହିଥିବା ବେଳେ ୬ଷ୍ଠ ସ୍ଥାନରେ ଖୋର୍ଦ୍ଧାର ବିଧାୟକ ତଥା ଆମର ଅତି ପ୍ରିୟ ବିଧାୟକ ସୁର ରାଉତ ତଥା ଆମ ସୁରା ଭାଈଙ୍କର ରହିଛି ୧୭,୪୩,୬୯,୫୫୪ ଟଙ୍କା ସମ୍ପତି | ୭ମ ସ୍ଥାନରେ ରହିଛନ୍ତି ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କର ରହିଛି ୧୭,୨୪,୧୪,୭୭୪ ଟଙ୍କାର ସମାପ୍ତି | ତେବେ ୯ମ ଓ ୧୦ମ ସ୍ଥାନରେ ରହିଛନ୍ତି ଢେଙ୍କାନାଳ ବିଧାୟକ ସୁଧୀର କୁମାର ଶାମଲ ଯାହାର ୧୪,୦୩,୧୩,୨୩୩ ଟଙ୍କା ଥିବା ବେଳେ ସୁଶାନ୍ତ କୁମାର ରାଉତ ରହିଛି ୧୩,୭୬,୬୧,୯୩୧ ଟଙ୍କା ସମ୍ପତି ରହିଅଛି |
ଅନ୍ୟପଟେ ସବୁଠୁ ଗରିବ ତାଲିକାରେ ରହିଛନ୍ତି ବିଧାୟକ ମକରନ୍ଦ ମୁଦୁଲି ଯାହାର ସମସ୍ତ ସମ୍ପତି ମିଶାଇ ମାତ୍ର ୧୫ ହଜାର ଟଙ୍କା ଅଟେ | ଏବଂ ତାଙ୍କ ପଛକୁ ରହିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ ଯାହାଙ୍କର ରହିଛି ଯାହାଙ୍କର ସମ୍ପତି ରହିଛି ୮,୫୩,୧୭୬ ଟଙ୍କା ସମ୍ପତି | ଏବଂ ଶେଷରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯାହାଙ୍କର ରହିଛି ୯,୨୨,୭୮୦ ଟଙ୍କା ମୋଟ ସମ୍ପତି ରହିଅଛି |