Pratidin TV

Odisha's Digital News Platform

ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିବା ପାଇ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ।

ମୟୁରଭଞ୍ଜ ; ସାଧାରଣତ ଗ୍ରୀଷ୍ମ କାଳରେ ଜଙ୍ଗଲମାନଙ୍କରେ ଲାଗିଥାଏ ନିଆଁ। ଏଥିପାଇଁ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଉଛି । ଗ୍ରୀଷ୍ମପ୍ରବାହ ରେ ଶିମିଳିପାଳ ଜୈବ ମଣ୍ଡଳ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଶିମିଳିପାଳ ବନାଞ୍ଚଳ ଗ୍ରାମ ମାନଙ୍କରେ ସଚେତନତା ସଭା କରାଯିବା ସହ ମୟୂରଭଞ୍ଜ, ଯଶିପୁରର ରାମତୀର୍ଥ ଠାରେ ପାଞ୍ଚପୀଢ ଉପଖଣ୍ଡ ର ର ଗଣମାଧ୍ୟମ ପ୍ରତିନିଧ୍ ମାନଙ୍କୁ ନେଇ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଜୋନ୍ ର ଡେପୁଟି ଡାଇରେକ୍ଟର ସାଇକିରଣ ଡିଏନ୍ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କର୍ମ ଶାଳା ଅନୁ ଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ଶିମିଳିପାଳ କୁ ନିଆଁ ଦାଉରୁ ରକ୍ଷା କରିବା, ଜନ୍ତୁ ଶିକାରକୁ କିପରି ରୋକାଯାଇପାରିବ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରଜେକ୍ଟର ମାଧ୍ୟମରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଶିମିଳିପାଳ ରେ ନିୟୋଜିତ ଥୁବା ଫାୟାର୍ ସ୍କୁଆର୍ଡ, ନିଆଁ ଲିଭା ପ୍ରତିରୋଧ ସହକାରୀ ଅଧିକାରୀ, ଏବଂ ଅନ୍ୟ କେତେକ ବନ କର୍ମଚାରୀ ମାନଙ୍କୁ ମଧ୍ୟ ବିଭାଗ ପକ୍ଷରୁ ତାଲିମ୍ ଦିଆଯାଉଛି।

ଏ ପରିପ୍ରେକ୍ଷୀରେ ଶନିବାର ଶିମିଳିପାଳ ର ଚହଲା ଠାରେ ଫାୟାର ସ୍କୁଆର୍ଡ ଦଳ ନିଆଁ ଲିଭା ମେସିନ୍ ସହାୟତା ରେ କେତେକ ଡେମୋ ପ୍ରଦର୍ଶିତ କରିଥିଲେ । ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସି ଏଫ ବୈଦ୍ୟନାଥ ମାଝୀ, ନିକେଶ୍ ମହାପାତ୍ର, ଯଦୁମଣି କେରକେଟା, ରେଞ୍ଜର ଶୁକୁରା ବିନ୍ଧାଣି, ଫରେଷ୍ଟର ଅର୍ଜୁନ ମହାକୁଡ଼ ପ୍ରମୂଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *