Pratidin TV

Odisha's Digital News Platform

ଟ୍ରେଲରରେ ଅଭିନୟରେ ହୃଦୟ ଜିତିଲେ ଅଭିନେତ୍ରୀ…..ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତାଙ୍କ ଭୂମିକାରେ ନଜର ଆସିବେ ସାରା ଅଲି

ଦେଶପ୍ରେମୀ ଉପରେ ଆଧାରିତ ଚଳଚିତ୍ର ’ଏ ୱତନ ମେରେ ୱତନ’ର ଟ୍ରେଲର ହୋଇଛି ରିଲିଜ | ନିକଟରେ ଫିଲ୍ମ ରିଲିଜ ତାରିଖ ଘୋଷଣା ହୋଇଥିବା ବେଳେ ସୋମବାର ଦିନ ଟ୍ରେଲର ରିଲିଜ ହୋଇଛି | ମାର୍ଚ୍ଚ ୨୧, ୨୦୨୪ରେ ରିଲିଜ ହେବ ଫିଲ୍ମ । ତେବେ ଏହି ଫିଲ୍ମ ଓଟିଟିରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ଦେଖଃକିବାକୁ ମିଳିବ |

’ଏ ୱତନ ମେରେ ୱତନ’ର ଏହି ୨.୫୩ ମିନିଟର ଟ୍ରେଲର ଆରମ୍ଭରୁ ହିଁ ଦମଦାର ଦେଖିବକୁ ମିଳୁଛି | ପ୍ରଥମ ସିନରେ ହିଁ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କର ଘଣ୍ଟା ଉପରେ ନଜର ରହିଛି । ଯେଉଁଥିରେ ୮.୩୦ ବାଜିବାକୁ ଥିବା ବେଳେ ଅନ୍ୟପଟେ ଉଷା ମେହେତାଙ୍କ ଭୂମିକାରେ ଥିବା ସାରା ଅଲି ଖାନ ରେଡିଓ ତିଆରି କରୁଛନ୍ତି । ତେବେ ଉଷା ମେହେତାଙ୍କ ଭୂମିକାରେ ସାରା ଅଲି ଖାନଙ୍କୁ ଦେଖିବାକୁ ମିଳିବାକୁ ଯାଉଛି | ଏହି ଫିଲ୍ମରେ ଇମ୍ରାନ ହଶମି ମଧ୍ୟ ନଜର ଆସିବେ | ଇମ୍ରାନ ଏଥିରେ ଅତିଥି କଳାକାର ଭାବେ ନଜର ଆସିବେ |

କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତାଙ୍କ ଜୀବନ ପରଦାରେ ଦେଖିବାକୁ ପାଇବେ ଦେଶପ୍ରେମୀ | ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟର ଘଟଣା ଫିଲ୍ମରେ ଦେଖିବାକୁ ମିଳିବ | ୨୨ ବର୍ଷୀୟ ଉଷା କିପରି ଗାନ୍ଧିବାଦୀ ବିଚାର ଦ୍ୱାରା ପ୍ରେରିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଉଛନ୍ତି | ଏବଂ ଗୋପନରେ ରେଡ଼ିଓ ଷ୍ଟେସନ ଚଳାଇଛନ୍ତି | ପରେ ସେହି ରେଡ଼ିଓ ଷ୍ଟେସନ କିପରି ଭାରତ ଛାଡ଼ ଆନ୍ଦୋଳନ ପାଇଁ ସବୁଠୁ ବଡ ମାଧ୍ୟମ ହୋଇଛି ତାହା ଏଥିରେ ଦେଖିବାକୁ ମିଳିବ |

Leave a Reply

Your email address will not be published. Required fields are marked *