ହୃଦୟ ଜିତିନେଲେ ଆଫଗାନିସ୍ଥାନ କ୍ରିକେଟର ଗୁରବାଜ୍ ; ଫେରବା ବେଳେ ଫୁଟ୍ ଫାତରେ ଚୁପ୍ଚାପ୍ ବାଣ୍ଟିଗଲେ ଟଙ୍କା…..
1 min readନୂଆଦିଲ୍ଲୀ ; ଭାରତୀୟଙ୍କ ହୃଦୟ ଜିତିନେଲେ ଆଫ୍ଗାନିସ୍ଥାନ କ୍ରିକେଟର ରହମାନୁହ୍ଲା ଗୁରବାଜ୍ । ୨୦୨୩ ବିଶ୍ୱକପରୁ ବାଦ୍ ପଡିବା ପରେ ଘରକୁ ଫେରିବା ପୂର୍ବରୁ ଆଫଗାନିସ୍ତାନ ଦଳର ଖେଳାଳି ରହମାନୁଲ୍ଲା ଗୁରୁବାଜ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇଛନ୍ତି। ଗୁରୁବାଜଙ୍କର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିଳମ୍ବିତ ରାତିରେ ଗରିବ ଲୋକଙ୍କୁ ୫୦୦-୫୦୦ ଟଙ୍କା ନୋଟ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି।
ବିଶ୍ୱକପ ୨୦୨୩ ମଧ୍ୟରେ ସମଗ୍ର ଦେଶରେ ଦିୱାଲୀ ପର୍ବ ପାଳନ କରାଯାଏ । ଟିମ୍ ଇଣ୍ଡିଆ ଖେଳାଳିମାନେ ମଧ୍ୟ ନିଜ ନିଜ ପତ୍ନୀଙ୍କ ସହ ଦିୱାଲୀ ପାଳନ କରୁଛନ୍ତି । କିନ୍ତୁ ଅନ୍ୟପଟେ ଆଫଗାନିସ୍ତାନକୁ ଫେରିବା ପୂର୍ବରୁ ଆଫଗାନିସ୍ତାନ ଦଳର ଖେଳାଳି ରହମାନୁଲ୍ଲା ଗୁରୁବାଜ ଏପରି ଏକ ମହତ୍ କାର୍ଯ୍ୟ କରିଥିଲେ ଯାହା ଗରୀବ ଲୋକଙ୍କ ମୁହଁରେ ଆନନ୍ଦ ଆଣି ଦେଇଥିଲା। ଗୁରୁବାଜଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଗୁରୁବାଜ ଅହମ୍ମଦାବାଦ ରାସ୍ତାରେ ବିଳମ୍ବିତ ରାତି ୩ ଟାରେ ବାହାରି ଦିୱାଲୀ ପୂର୍ବରୁ କିଛି ଟଙ୍କା ଦେଇ ଅଭାବୀ ଲୋକଙ୍କୁ ସାହାଯ୍ୟ କରି ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛନ୍ତି।
କେବଳ ଏତିକି ନୁହେଁ, ସେ ଫୁଟ୍ଫାତ୍ରେ ଶୋଇଥିବା ଲୋକଙ୍କୁ ନିଜରୁ ନଉଠାଇ ଚୁପ୍ ଚାପ୍ ଟଙ୍କା ରଖି ଚାଲିଯାଉଥିବାର ଭିଡିଓରେ କଏଦ୍ ହୋଇଛି । ଯାହାକୁ ଏକ ଭାରତୀୟ ଲୋକ କିଛି ଦୂରରେ ଥାଇ ରେକଡିଂ କରିବା ପରେ ତାକୁ ସୋସିଆଲ ମିଡିଆରେ ଛାଡିଥିବା ଜଣାପଡିଛି ।
ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଯୋଗ୍ୟ ବିବେଚିତ ହୋଇଛି ଆଫଗାନିସ୍ଥାନ – ଯଦିଓ ଆଫଗାନିସ୍ତାନ ଦଳ ବିଶ୍ୱକପରୁ ବାହାରେ, ୯ ଟି ମ୍ୟାଚ ମଧ୍ୟରୁ ୪ ଟି ଜିତିବା ପରେ ପଏଣ୍ଟ ଟେବୁଲରେ ଆଫଗାନିସ୍ଥାନ ଷଷ୍ଠ ସ୍ଥାନରେ ରହିଛି । ଏହା ସହିତ ଆଫଗାନିସ୍ତାନ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
ଇଂଲଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦଳକୁ ପରାସ୍ତ କରିଛି ଆଫଗାନିସ୍ଥାନ –ଆଫଗାନିସ୍ତାନ କ୍ରିକେଟ୍ ଦଳ ଏଥର ବିଶ୍ୱକପ୍ ୨୦୨୩ ରେ ଚମତ୍କାର ପ୍ରଦର୍ଶନ କରିଛି । ଆଫଗାନିସ୍ତାନ ଇଂଲଣ୍ଡ, ପାକିସ୍ଥାନ ଏବଂ ଶ୍ରୀଲଙ୍କା ଭଳି ବଡ ଦଳକୁ ପରାସ୍ତ କରିଛି। ତେବେ ଗତ ନଭେମ୍ବରରେ ଶେଷ ଲିଗ୍ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅବଶ୍ୟ ଆଫଗାନିସ୍ତାନ ଦଳ ହୁଏତ ବିଶ୍ୱକପରୁ ଦୂରେଇ ଯାଇଥାଇପାରେ, କିନ୍ତୁ ଏଥର ଏହା ଏକ ଐତିହାସିକ ପ୍ରଦର୍ଶନ ଦେଇଛି।