Pratidin TV

Odisha's Digital News Platform

ଜିଓ ପଲିଟିକ୍ସର ନୂତନ ରିପୋର୍ଟ : କୁଟନୀତି ସହ ଡ୍ରଗ୍ସ କାରବାରରେ ମଧ୍ୟ ନମ୍ବର-୧ ରେ ପାକିସ୍ତାନ

1 min read

ନୂଆଦିଲ୍ଲୀ : ଡ୍ରଗ୍ସ ଦୁନିଆରେ ନମ୍ବର ୱାନ ହେଲା ପାକିସ୍ତାନ । ଡ୍ରଗ୍ସ ଚୋରା କାରବାରରେ ସବୁଠାରୁ ଆଗରେ ପାକ । ଭାରତ ସମେତ ଅନେକ ଦେଶକୁ ଆତଙ୍କବାଦୀ ପଠାଉଥିବା ପାକିସ୍ତାନ ବର୍ତମାନ ଡ୍ରଗ୍ସ ଚୋରା କାରବାରରେ ମଧ୍ୟ ବିଶ୍ୱରେ କୁଖ୍ୟାତ ହେବାରେ ଲାଗିଛି । ଅନେକ ଆଫ୍ରିକୀୟ ଏବଂ ଆରବ ଦେଶ ଏହାର ଶିକାର ହେଉଛନ୍ତି । ନାଇଜେରିଆରୁ ଗଲ୍ଫ ଦେଶ ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତୃତ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରା ଚାଲାଣର ନେଟୱାର୍କ ପାକିସ୍ତାନରୁ ଲମ୍ବିଛି ।

Advertisement

ଜିଓ-ପଲିଟିକ୍ସ ଏହାର ନୂତନ ରିପୋର୍ଟରେ ଦାବି କରିଛି । ଏହି ରିପୋର୍ଟରେ ପାକିସ୍ତାନର ଶିକାର ହୋଇଥିବା ନାଇଜେରିଆର ଉଦାହରଣ ଦିଆଯାଇଛି । କେବଳ ୫୦ ରୁ ୧୦୦ ମିଗ୍ରା ଡୋଜ ଥିବା ଟ୍ରାମାଡୋଲକୁ ଏଠାରେ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଏହା ପାକିସ୍ତାନରୁ ୨୦୦ ଏବଂ ୨୨୫ ମିଗ୍ରା ପର୍ଯ୍ୟନ୍ତ ଚୋରା ଚାଲାଣ କରାଯାଉଛି । ଯେଉଁମାନେ ଏହାକୁ ସେବନ କରିନ୍ତି ସେମାନେ କୋମା କିମ୍ବା ମରିଯିବାର ଆଶଙ୍କା ରହିଥାଏ । ସେହିଭଳି କୋଡାଇନ ମଧ୍ୟ ଚୋରା ଚାଲାଣ କରାଯାଉଛି, ଯାହା ଯକୃତର କ୍ଷତି, ଅଲର୍ସ, ଶ୍ୱାସକ୍ରିୟା ରୋଗ, କୋମା ଏବଂ ମୃତ୍ୟୁ ଘଟାଇପାରେ ।

ଜିଓ-ପଲିଟିକ ଅନୁଯାୟୀ, ୨୦୧୨ ମସିହାରୁ ନାଇଜେରିଆରେ, ଏହି ଓପିଓଏଡ କେବଳ ପ୍ରେସକ୍ରିପସନ ଦ୍ୱାରା ବ୍ୟବହୃତ ହେଉଛି । ସେଗୁଡିକ ସ୍ଥାନୀୟ ଭାବରେ ଉତ୍ପାଦିତ ହୁଏ, କିନ୍ତୁ ପଞ୍ଜୀକୃତ ହୋଇ ନଥିବା ଏହି ଡ୍ରଗ୍ସ କରାଚିରୁ ଚୋରା ଚାଲାଣ ଜାରି ରହିଛି । ୧୮ ଡିସେମ୍ବର ୨୦୨୨ ରେ, ନାଇଜେରିଆର ଜାତୀୟ ଡ୍ରଗ୍ସ ଆଇନ ପ୍ରବର୍ତନ ଏଜେନ୍ସି ପାକିସ୍ଥାନ ଏବଂ ଦକ୍ଷିଣ ଆଫ୍ରିକାରୁ ଚୋରା ଚାଲାଣ ହୋଇଥିବା ୧୭ ଲକ୍ଷ ଓପିଓଏଡ ବଟିକା ଜବତ କରିଛି । ଏହା ଫେବୃଆରୀ ୧୬ ରେ, ଅଧିକାରୀମାନେ ୨୨୫ ମିଗ୍ରା ଟ୍ରାମାଡୋଲର ୬.୫୦ ଲକ୍ଷ କ୍ୟାପସୁଲ ଜବତ କରିଥିଲେ । ଏହାର ଓଜନ ୪୬୧ କିଲୋଗ୍ରାମ ଥିଲା । ଏହାକୁ ନାଇଜେରିଆକୁ ପାକିସ୍ତାନରୁ ଇଥିଓପିଆ ଏୟାରଲାଇନ୍ସ ଆଣିଥିଲା ।

Leave a Reply

Your email address will not be published. Required fields are marked *