Pratidin TV

Odisha's Digital News Platform

ଆଉ ହେବନି ଭାରତ-ପାକିସ୍ତାନ ଭିତରେ ମ୍ୟାଚ, କାରଣ ଫାଇନାଲ ଟିକେଟ ହାତେଇ ନେଲା ଆଫଗାନିସ୍ତାନ

1 min read

ଆସନ୍ତକାଲି ଭାରତ-ପାକିସ୍ତାନ ଭିତରେ ହେବ ନି ଲଢେଇ । ଭାଙ୍ଗିଲା କ୍ରିକେଟ ପ୍ରେମୀଙ୍କ ହୃଦୟ । କାରଣ ପାକିସ୍ତାନୁ ସେମି ଫାଇନାଲରେ ହରାଇ ଫାଇନାଲ ଟିକେଟ ହାତେଇଲା ଆଫଗାନିସ୍ତାନ ।ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ ହେବ । ସେହିପରି ଭାରତ ଠାରୁ ସେମିରେ ହାରିଥିବା ବାଂଲାଦେଶ ସହ ପାକିସ୍ତାନ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ଚାଇନାରେ ଚାଲିଥିବା ଏସିଆନ ଗେମ୍ସ କ୍ରିକେଟର ଦ୍ୱିତୀୟ ସେମିରେ ଆଜି ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୧୫ ରନ କରିବାକୁ ସକ୍ଷମ ହୋଇଥିଲା । ପାକିସ୍ତାନକୁ ସେମି ଫାଇନାଲରେ ମାତ ଦେଇଛି ଆଫଗାନିସ୍ତାନ । କ୍ୱାର୍ଟର ଫାଇନାଲରେ ଦଳ ଶ୍ରୀଲଙ୍କାକୁ ହରାଇଥିବା ବେଳେ ଏବେ ପାକିସ୍ତାନକୁ ସ୍ୱର୍ଣ୍ଣ ପଦକ ରେସ୍‌ରୁ ବିଦା କରି ସବୁ କିଛି ଓଲଟପାଲଟ କରି ଦେଇଛି । ତେବେ ସେମିଫାଇନାଲ ଶେଷ ହୋଇଥିବା ବେଳେ ଆସନ୍ତାକାଲି ହେବ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ । ଆଉ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ଭାରତ ଓ ଆଫଗାନିସ୍ତାନ ।ତେବେ କାଲି କିଏ ବାଜି ମାରିବ ତାକୁ ହିଁ ରହିଲା ଅପେକ୍ଷା ।

Advertisement

Leave a Reply

Your email address will not be published. Required fields are marked *