Pratidin TV

Odisha's Digital News Platform

୧୨ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ବସ୍ତାରେ ବନ୍ଧା ହୋଇଥିବା ଶବ , ପରିବାର ଆଣିଲା ହତ୍ୟା ଅଭିଯୋଗ ।

1 min read

ବଲାଙ୍ଗୀର ; ୧୪ ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ବସ୍ତାରେ ବନ୍ଧା ହୋଇଥିବା ବୃଦ୍ଧଙ୍କ ଶବ । ହତ୍ୟାପରେ ପୋତି ଦେଇଥିବା ଅଭିଯୋଗ ଆଣିଲେ ପରିବାର । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ କଣ୍ଟାବାଞ୍ଜି ଥାନା ରଜାମରା ଗାଁରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଗାଁ ଧୂବଲ ରଣା ଗତ ଫେବୃଆରି ୨୧ ତାରିଖରୁ ନିଖୋଜ ଥିଲେ ।

ଏନେଇ ପରିବାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ଦୀର୍ଘ ୧୪ ଦିନ ପରେ ଆଜି ମୁରିବାହାଲ ଥାନା କରାଡୁଙ୍ଗରି ନିକଟସ୍ଥ ଏକ ମନରେଗା ଯୋଜନାରେ କାମ ହୋଇଥିବା ଜମିରେ ଠାବ ହୋଇଛି ମୃତ ଧୂବଲ ଙ୍କ ଶବ । ପରିବାର ଲୋକ ଙ୍କ ପୁନଃ ଅଭିଯୋଗ ପରେ ଗାଁ ର ପରମେଶ ମହାକୁର ଅଭିଯୁକ୍ତ କୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ପୂର୍ବରୁ ଜମିବାଡି ମାମଲାକୁ ନେଇ ପରମେଶ ସହ ଧୂବଲଙ୍କ ବଚସା ହୋଇଥିଲା । ଏବଂ ସେହି ରାଗରେ ପରମେଶ ଏଭଳି କରିଥିବା ଜଣାପଡିଛି । ଅଭିଯୁକ୍ତ ନିଜେ ଦେଖାଇଛି ଶବ ପୋତିଥିବା ସ୍ଥାନ ।

Advertisement

ମାଟିକୁ ଖୋଳି ସାଇଣ୍ଟିଫିକ ଟିମ , ତହସିଲଦାର ଓ ପୋଲିସ ର ଉପସ୍ଥିତ ରେ ଶବ ବାହାର କରିଛି ପୋଲିସ । ହତ୍ୟା ପରେ ଏକ ବଡ଼ ବସ୍ତାରେ ଭରି ମାଟି ତଳେ ପୋତି ଥିଲା ଅଭିଯୁକ୍ତ । ତେବେ ସମୃକ୍ତ ଘଟଣାରେ ଆଉ କିଏ କିଏ ସାମିଲ ଥିଲେ ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *