Pratidin TV

Odisha's Digital News Platform

‘12th ଫେଲ’ ପରେ ଏବେ ‘ଦ ସାବରମତୀ ରିପୋର୍ଟ’କାହାଣୀ ନେଇ ଆସୁଛନ୍ତି ବ୍ରିକାନ୍ତ ….

1 min read

ମୁମ୍ବାଇ ; ଚର୍ଚ୍ଚାରେ କୁବୁଲ ହେ କୋ ଷ୍ଟାର ବିକ୍ରାନ୍ତ ମେସି । ଜି ଟିଭିର ସୁପରହିଟ୍ ଶୋରେ ଡେବ୍ୟୁ କରିଥିବା ବିକ୍ରାନ୍ତ ଆଜି ଗୋଟେ ପରେ ଗୋଟେ ସଫଳତାର ପାହାଚ ଚଢିଚାଲିଛନ୍ତି । ନିକଟରେ ତାଙ୍କର ୧୨ଗ୍ଧଷ ଫେଲ ଫିଲ୍ମ ରିଲିଜ୍ ହୋଇଥିଲା । ଯାହା ଓଟିଟି ପ୍ଲାଟଫର୍ମରେ ପୁରା ନିଆଁ ଲଗାଇଥିଲା । କାରଣ ଏହା ଏକ ସତ ଘଟଣା ବା ଜଣେ ଆଇଏଏସ୍ ଅଫିସର (ମନୋଜ ଶର୍ମା) ଓ ତାଙ୍କ ବାସ୍ତବ ଜୀବନର କାହାଣୀ ଥିଲା । ଯାହା ଦର୍ଶକଙ୍କ ମନକୁ ଖୁବ୍ ଛୁଇଁଥିଲା । ବିକ୍ରାନ୍ତ ଚର୍ମକାର ଅଭିନୟ ଦର୍ଶକଙ୍କୁ ଭାବୁକ କରିପକାଇବା ସହ ଅନେକ ପ୍ରଶଂସା ସାଉଁଟିଥିଲା । ତେବେ ବିକ୍ରାନ୍ତଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏହା ଏକ ବଡ ଖବର । କାରଣ ବିକ୍ରାନ୍ତ ପୁଣି ଥରେ ଆଉ ଏକ ସତ୍ୟ ଘଟଣାକୁ ନେଇ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ।

୨୦୦୨ ରେ ସାବରମତି ଏକ୍ସପ୍ରେସ ଅଗ୍ନିକାଣ୍ଡର ବାସ୍ତବ ଜୀବନ ଘଟଣା ଉପରେ ଆଧାରିତ ଯାହା ଗୁଜୁରାଟରେ ହଇଚଇ ସୃଷ୍ଟି କରିଥିଲା ଏବଂ ଦେଶକୁ ଥରାଇ ଦେଇଥିଲା। ଏହା ମେ ୩, ୨୦୨୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି।
ତେବେ ବିକ୍ରାନ୍ତ ବ୍ରୋକେନ୍ ବଟ୍ ବିଉଟିଫୁଲ୍ ସିରିଜ୍ ପରେ ପୁଣି ଥରେ ଏକତା କପୂରଙ୍କ ସହ ଏହି ପ୍ରୋଜେକ୍ଟରେ କାମ କରୁଛନ୍ତି । ନିର୍ମାତାମାନେ ଇଷ୍ଟ୍ରାଗ୍ରାମରେ ଏକ ଭିଡିଓ ସହିତ ନୂତନ ପ୍ରୋଜେକ୍ଟର ଘୋଷଣା କରିଛନ୍ତି । ଯାହା ୩ ମେ,୨୦୨୪ ରେ ମୁକ୍ତିଲାଭ କରିବା

ବିକ୍ରାନ୍ତ ମେସି ଆଗାମୀ ଚଳଚ୍ଚିତ୍ର ଏହି ବାସ୍ତବ ଜୀବନର ଘଟଣା ଉପରେ ଆଧାରିତ, ଯେତେବେଳେ ଫେବୃଆରୀ ୨୭, ୨୦୦୨ ରେ, ଗୁଜରାଟର ଗୋଦରା ଷ୍ଟେସନରୁ ବାହାରୁଥିବା ସାବରମତି ଏକ୍ସପ୍ରେସ ଟ୍ରେନର ଏକ ବଗିରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଅଯୋଧ୍ୟାରୁ ଫେରୁଥିବା ୫୯ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ପରେ ଗୁଜରାଟରେ ଦଙ୍ଗା ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *