Pratidin TV

Odisha's Digital News Platform

ଓଡିଶା ଆସୁଛନ୍ତି ଅମିତ ଶାହ , ୧୫ ବର୍ଷ ପରେ ପୁଣି ଏକାଠି ହେବେ ବିଜେପି –ବିଜେଡ଼ି !

1 min read

ପୁଣି ଓଡିଶା ଗସ୍ତରେ ଆସିବେ ଅମିତ ଶାହ । ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତାଙ୍କର ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ରହିଛି । ପାଖେଇ ଆସୁଛି ସାଧାରଣ ନିର୍ବାଚନ , ଆଉ ଏପଟେ ବିଜେଡି ବିଜେପି ମେଣ୍ଟ ରାଜନୀତିରେ ଜୋର ଧରିଛି । ଅନ୍ୟପଟେ ଓଡିଶାରେ ବିଜେଡିର ଗତକାଲି ନବୀନ ନିବାସରେ ହାଇଲେଭଲ ବୈଠକ ହୋଇଥିଲା । ବିଜେଡିର ବରିଷ୍ଠ ନେତା ଏନେଇ ସଙ୍କେତ ଦେଇଥିଲେ ହେଁ ଏବେ ଯାଏଁ କୌଣସି ଦଳ ପକ୍ଷରୁ ମେଣ୍ଟ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ଅମିତ୍ ଶାହଙ୍କ ଓଡିଶା ଗସ୍ତ ମେଣ୍ଟ ନେଇ କିଛି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ , ତେବେ ଦୀର୍ଘ ୧୫ ବର୍ଷ ପରେ ପୁଣିଥରେ ଏକାଠି ହେବେ ବିଜେଡି ଆଉ ବିଜେପି ଦଳ ।

କାରଣ ୨୦୦୦ ମସିହାରେ ହୋଇଥିଲା ବିଜେଡି ବିଜେପି- ମେଣ୍ଟ । ଆଉ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ । ସେହିଭଳି ୨୦୦୪ ରେ କ୍ଷମତା ହାତେଇଥିଲେ ବିଜେଡି ବିଜେପି- ମେଣ୍ଟ ସରକାର । ତେବେ ୨୦୦୮ ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ ପରବର୍ତ୍ତୀ ଦଙ୍ଗା ପରେ ଦୁଇ ଦଳ ଅଲଗା ହୋଇଥିଲେ । ଅର୍ଥାତ ୨୦୦୯ ରେ ଭାଙ୍ଗିଥିଲା ମେଣ୍ଟ ସରକାର । ପରବର୍ତ୍ତୀ ସମୟରେ ବିଜେଡି ତାହାର କ୍ଷମତା ବଜାୟ ରଖିଥିବା ବେଳେ ବିଜେପି ୩ନମ୍ବର ସ୍ଥାନକୁ ଖସିଯାଇଥିଲା । ଏହାପରେ ପ୍ରତି ନିର୍ବାଚନରେ ପରସ୍ପର ବିରୋଧରେ ଲଢିଆସୁଥିଲେ । ଯଦି ବିଜେପି ବିଜେଡି ମଧ୍ୟରେ ମେଣ୍ଟ ହୁଏ ତେବେ ପୁଣି ଥରେ ରାଜ୍ୟ ରାଜନୀତିରେ ପୁରୁଣା ଚିତ୍ର ଦେଖିବାକୁ ମିଳିବି ।

Advertisement

Leave a Reply

Your email address will not be published. Required fields are marked *