Pratidin TV

Odisha's Digital News Platform

ଜମ୍ମୁରେ ୨ଟି ବିସ୍ପୋରଣ : ତଥାପି ଚାଲିଛି କଂଗ୍ରେସର ଭାରତ ଯୋଡ ଯାତ୍ରା

1 min read

ନୂଆଦିଲ୍ଲୀ : ସାମ୍ବାରେ ପଂହଚିଲା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା । କଡା ସୁରକ୍ଷା ମଧ୍ୟରେ ଜମ୍ମୁ-କଶ୍ମୀରରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଛି । ଜମ୍ମୁ-କଶ୍ମୀରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ରବିବାର ୨୧ କିଲୋମିଟର ଅତିକ୍ରମ କରିବା ପରେ ଅପରାହ୍ନରେ ସାମ୍ବାରେ ପହଂଚିଛି ।

ଜମ୍ମୁରେ ଶନିବାର ଦୁଇଟି ବିସ୍ଫୋରଣ ଘଟିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଥିଲା । ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଯାତ୍ରାକୁ ଲୋକମାନଙ୍କର ଅଭୂତପୂର୍ବ ସମର୍ଥନ ମିଳୁଛି । ଏଥିରେ ଶାସକ ଦଳ ଭାଜପା ଭୟଭୀତ । ତେଣୁ ରାହୁଲ ଗାନ୍ଧୀଙ୍କ ଭାବମୂର୍ତି ଖରାପ କରିବା ଲାଗି ଏହି ଦଳ ସମସ୍ତ ଉଦ୍ୟମ ଚଳାଇଥିବା ଜୟରାମ ରମେଶ ଅଭିଯୋଗ କରିଛନ୍ତି । ବିଜେପି ମୁଖ୍ୟ ପ୍ରସଙ୍ଗଠାରୁ ଲୋକଙ୍କ ଧ୍ୟାନ ହଟାଇବା କୌଶଳ ଆପଣାଇଛି । ଲୋକଙ୍କୁ ପଦଯାତ୍ରାଠାରୁ ଦୂରେଇ ରଖିବାକୁ ଉଦ୍ୟମ କରି ଏହି ଦଳ ବିଫଳ ହୋଇଥିବା ଜୟରାମ କହିଛନ୍ତି ।

ଭାରତ ଯୋଡ଼ୋ ଯାତ୍ରା ଗୋଟିଏ ଦିନ ବନ୍ଦ ରହିବା ପରେ ରବିବାର ସକାଳେ ଜମ୍ମୁ-ପଠାନକୋଟ ରାଜପଥ ନିକଟ ହୀରାନଗରରୁ ଆରମ୍ଭ ହୋଇଥିଲା । ରାସ୍ତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଗାଡ଼ିଗୁଡ଼ିକୁ ଅନ୍ୟ ରୁଟ୍‌ରେ ଛଡ଼ାଯାଇଥିଲା । ଯାତ୍ରାରେ ଜମ୍ମୁ-କଶ୍ମୀର କଂଗ୍ରେସ ସଭାପତି ବିକାର ରସୁଲ ୱାନି, କାର୍ଯ୍ୟକାରୀ ସଭାପତି ରମଣ ଭାଲ୍ଲାଙ୍କ ସହ ଶତାଧିକ ସ୍ୱେଚ୍ଛାସେବୀ ସାମିଲ ହୋଇ ତ୍ରିରଙ୍ଗା ଧରିଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ବହୁସଂଖ୍ୟାରେ ଲୋକ ଉପସ୍ଥିତ ରହି ରାହୁଲଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *