Pratidin TV

Odisha's Digital News Platform

ବାହାଘରର ୨ ବର୍ଷ ପରେ ଝିଅକୁ ମାରି ଟାଙ୍ଗିଦେଲେ ଶାଶୁଘର ଲୋକ …

1 min read

ଭୁବନେଶ୍ୱର ; ରାଜଧାନୀରେ ପୁଣି ଏକ ଜଘନ୍ୟ କାଣ୍ଡ । କାନ୍ଦି କାନ୍ଦି ଥାନା ଆଗରେ ମୁଣ୍ଡ ପିଟୁଛନ୍ତି ପରିବାର । ଆଉ ଫେରିବନି ଗରିବ ବାପାର ଗେହ୍ଲା ଝିଅ ପ୍ରିୟଙ୍କା । ଭୁବନେଶ୍ୱରରେ ଭଲ ଘର ଦେଖି ବିବାହ ଦେଇଥିଲେ ଝିଅକୁ , ହେଲେ ବିବାହର ୨ ମାସ ନପୂରୁଣ ଝିଅକୁ ମାରି ଟାଙ୍ଗିଦେଲେ ଶାଶୁଘର ଲୋକେ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଆଜି ଏୟାରଫିଲ୍ଡ ଥାନା ଆରବିନ୍ଧ ନଗରରୁ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ର ପ୍ରିୟଙ୍କା ମିଶ୍ର ଙ୍କ ସହ ଆରବିନ୍ଧ ନଗର ପ୍ରଦୀପ୍ତ ଦାସ ଙ୍କ ପୁଅ ସୁରଜ୍ ଦାସ ଙ୍କ ଅଢେଇ ବର୍ଷ ପୁର୍ବରୁ ବୈଦିକ ରୀତି ନୀତି ରେ ବିବାହ ହେଉଥିଲା।

ବିବାହା ପରଠୁ ପ୍ରିୟଙ୍କା ଙ୍କ ଶାଶୁ ଘର ଲୋକ ମାନସିନ, ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପରିବାର । ଝିଅକୁ ୫ ଲକ୍ଷ ଟଙ୍କା ପାଇଁ ବିବାହ ପରଠୁ ନିର୍ଯ୍ୟାତନା ଦେଇଆସୁଥିଲେ । ଏହା ସହ ଗାଁରେ ପ୍ରିୟକାଙ୍କ ବାପାଙ୍କ ଜମିକୁ ମଧ୍ୟ ଅକ୍ତିଆର କରିବାକୁ ଚେଷ୍ଟା ଚଳାଇଥିଲେ । ସବୁଥିରେ ବିଫଳ ହେବା ପରେ ୨ ଥର ପ୍ରିୟକାଙ୍କ ଗର୍ଭ ନଷ୍ଟ କରାଇଛନ୍ତି ସ୍ୱାମୀ , ଶାଶୁ ,ଶଶୁର ଓ ଅବେହେଡା ନଣନ୍ଦ । ଏଣେଇମୃତ ପ୍ରିୟକାଙ୍କ ଭଉଣୀ କହିଛନ୍ତି ଯେ ଗତକାଲି ଭଉଣୀର ଶାଶୁ ଫୋନ୍ କରି କହିଲେ ତୋ ଭଉଣୀ ଆତ୍ମହତ୍ୟା କରି ଦେଇଛି। ମାତ୍ର ଆମେ ପହଞ୍ଚିଲା ବେଳକୁ ମୃତଦେହ ମର୍ଜରେ ଅଛି ବୋଲି ସେ କହିଛନ୍ତି।

Advertisement

ଏନେଇ ଅତିରିକ୍ତ ଡିସିପିଙ୍କୁ ପଚାରିବାରୁ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ମୃତା ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପରିବାରର ଅନ୍ୟମାନଙ୍କ ଅଭିଯୋଗକୁ ଭିତ୍ତି କରି ହତ୍ୟା ମାମଲା ରୁଜୁ କରାଯାଇଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *