Pratidin TV

Odisha's Digital News Platform

୨୦ ବର୍ଷପରେ ଏକାଠି ହେଲେ ଇମ୍ରାନ-ମଲ୍ଲିକା..

1 min read

ମୋଷ୍ଟ ପପୁଲାର ଅନସ୍କ୍ରିନ ଯୋଡି ମଧ୍ୟରୁ ମଲ୍ଲିକା ଏବଂ ଇମ୍ରାନଙ୍କ ଯୋଡି ଅନ୍ୟତମ । ତେବେ ଦର୍ଶକ ଏମାନଙ୍କ ସିଜଲିଂ କେମେଷ୍ଟ୍ରିକୁ ବହୁତ ପସନ୍ଦ କରିଥାନ୍ତି । ହେଲେ ୨୦ ବର୍ଷ ତଳେ ରାଗରୁଷା ଏବଂ ଭୁଲବୁଝାମଣା ପାଇଁ ଅଲଗା ହୋଇଯାଯାଇଥିଲେ । ହେଲେ ଶେଷରେ ଭାଙ୍ଗିଲା ଅଭିମାନ ତୁଟିଲା ଝଗଡା । ସବୁ ମତାନ୍ତର କୁ ମେଣ୍ଟେଇ ପୁଣିଥରେ ଏକାଠି ହୋଇଗଲା , ଦୀର୍ଘ ୨୦ ବର୍ଷ ପରେ ଏକାଠି ହେଲେ ଇମ୍ରାନ ହାଶମୀ ଏବଂ ମଲ୍ଲିକା ଶେରାୱତ । ୨୦୦୪ର ହିଟ୍ ଥ୍ରୀଲର ଫିଲ୍ମ ‘ମର୍ଡର’ର ସୁଟିଂ ସମୟରେ ହୋଇଥିବା ଝଗଡାରେ ପୂର୍ଣ୍ଣଛେଦ ପଡିଛି । , ଇମ୍ରାନ ହାଶମୀ ଏବଂ ମଲ୍ଲିକା ଶେରାୱତ ଏହି ଝଗଡାକୁ ଶେଷ କରିଛନ୍ତି । ଗୁରୁବାର ରାତିରେ ମୁମ୍ବାଇରେ ଫିଲ୍ମ ନିର୍ମାତା ଆନନ୍ଦ ପଣ୍ଡିତଙ୍କ ଝିଅର ମ୍ୟାରେଜ୍ ରିସେପ୍ସନ ପାର୍ଟିରେ ଇମ୍ରାନ ଏବଂ ମଲ୍ଲିକା ଏକାଠି ନଜର ଆସିଥିଲେ । ବର୍ତ୍ତମାନ ସେମାନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଲୋକମାନେ ଫିଲ୍ମ ‘ମର୍ଡର’ ଷ୍ଟାରଙ୍କୁ ଏକାଠି ଦେଖି ଖୁସି ହୋଇଛନ୍ତି । ତେବେ ୨୦ ବର୍ଷ ପରେ ବଡ ପରଦାର ଏହି ରୋମାଣ୍ଟିକ୍ ଅନସ୍କ୍ରିନ କପଲଙ୍କୁ ଦେଖି ଫ୍ୟାନ୍ସମାନେ ସେମାନଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ତେବେ ଭାଇରଲ ହେଉଥିବା ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଇମ୍ରାନ ହାଶମୀ ଏବଂ ମଲ୍ଲିକା ଶେରାୱତ କିପରି ପରସ୍ପରକୁ ଭେଟିବା ସହ ଆଲିଙ୍ଗନ କରୁଛନ୍ତି ଏବଂ କଥାବାର୍ତ୍ତା ହେଉଛନ୍ତି । ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖି ଏହା ସ୍ପଷ୍ଟ ହେଲା ଯେ ୨୦ ବର୍ଷର ଝଗଡା ଶେଷ ହୋଇଛି । ଦୁହେଁ ମଧ୍ୟ ପାପାରାଜିଙ୍କ ସାମ୍ନାରେ ପୋଜ୍ କରିଥିଲେ । ଆନନ୍ଦ ପଣ୍ଡିତଙ୍କ ଝିଅର ମ୍ୟାରେଜ୍ ରିସେପ୍ସନ୍ ପାର୍ଟିରେ ମଲ୍ଲିକା ଗୋଲାପୀ ରଙ୍ଗର ଗାଉନରେ ବହୁତ ସୁନ୍ଦର ଦେଖାଯାଉଥିଲେ ଯେତେବେଳେ ଇମ୍ରାନ ଏକ କଳା ସୁଟ ପିନ୍ଧିଥିଲେ ।

Advertisement

୨୦ ବର୍ଷ ପୂର୍ବେ ଇମ୍ରାନ ଏବଂ ମଲ୍ଲିକାଙ୍କ ଅଭିନୀତ ଫିଲ୍ମ ‘ମର୍ଡର’ ସବୁଠାରୁ ବଡ ହିଟ୍ ଥିଲା । ସେହି ସମୟରେ ଦୁଇଜଣଙ୍କର ବହୁତ ବଡ଼ ଝଗଡା ହୋଇଥିଲା । ତେବେ ଏହା ପରେ ୨୦୨୧ରେ ଏକ ଇଣ୍ଟରଭ୍ୟୁରେ ଦୁଇଜଣ ଦୁଇ ଜଣ ଦେଖା ହୋଇଥିଲେ କିନ୍ତୁ କଥାବାର୍ତ୍ତା ହୋଇନଥିଲେ । ଏହା ସହ ମଲ୍ଳିକା ‘ଦ ଲଭ୍ ଲାଫ୍ ଲାଇବ୍‌’ ସୋ’ରେ କହିଥିଲେ ଯେ ଆମ ମଧ୍ୟରେ ଏକ ଭୁଲ ବୁଝାମଣା ହୋଇଥିଲା । ଏହି କାରଣରୁ କଥାବର୍ତ୍ତା ବନ୍ଦ ହୋଇଯାଇଥିଲା । ମୁଁ ସେତେବେଳେ ତାଙ୍କୁ ଏତେ ପସନ୍ଦ କରୁ ନଥିଲି ଏବଂ ସେ ମୋତେ ମଧ୍ୟ ପସନ୍ଦ କରୁନଥିଲେ । ତେବେ ମଲ୍ଲିକା ଶେରାୱତ ଏପରି ଅନେକ କଥା କହିଥିଲେ ।

Leave a Reply

Your email address will not be published. Required fields are marked *