Pratidin TV

Odisha's Digital News Platform

ଲକ୍ଷ ଲକ୍ଷ ଟଙ୍କା ଭାରତରୁ ଲୁଟି ଆମେରିକାରେ ଲୁଚିଥିଲା କୁଖ୍ୟାତ ଚୋରା…. ୨୫ ବର୍ଷ ପରେ ବାନ୍ଧିଲା ସିବିଆଇ

ବନ୍ଧା ହେଲା ଭାରତର ବ୍ୟାଙ୍କ ଠକେଇ ଅଭିଯୁକ୍ତ | ଠକି ଲୁଚିଥିଲା ଯୁକ୍ତରାଷ୍ଟ୍ର ଆମେରିକାରେ | ଦୀର୍ଘ ୨୫ ବର୍ଷ ପରେ ଧରାପଡ଼ିଲେ | ସିବିଆଇ ଧରିବାରେ ସଫଳ ହୋଇଛି | ଇଣ୍ଟରପୋଲ ସହାୟତା ଯୋଗୁ ଏହା ସମ୍ଭବ ହୋଇ ପାରିଥିବା କହିଛି ସିବିଆଇ। ଧରା ପଡ଼ିଥିବା ଅଭିଯୁକ୍ତଙ୍କ ନାଁ ରାଜୀବ ମେହେଟ୍ଟା ।

ତେବି ଏ ପୁର୍ବାନୁସାରେ, ନୂଆଦିଲ୍ଲୀରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ବ୍ରାଞ୍ଚରେ ରାଜୀବ ମେହେଟା ନିଜ ନାମରେ ଗୋଟେ ମିଥ୍ୟା ଆକାଉଣ୍ଟ ଖୋଲିଥିଲେ | ଏବଂ ବିଭିନ୍ନ ପାର୍ଟି ତଥା କମ୍ପାନୀମାନଙ୍କୁ ଠକିବା ପାଇଁ ସେ ଏହି ଆକାଉଣ୍ଟର ବ୍ୟବହା କରୁଥିବାର କହିଥିଲା ସିବିଆଇ | ଏହି ମାଧ୍ୟମରେ ସେକ ଆରିଥିଲେ ଲକ୍ଷ ଲକ୍ଷ ଟଙ୍କାର ଠକେଇ | ଏହି ଅପରାଧ୍ୟ ପାଇଁ ୧୯୯୮ ମସିହାରେ ରାଜୀବ ମେହେଟା ନାଁରେ କ୍ରିମିନାଲ କେଶ ରୁଜୁ କରାଯାଇଥିଲା | ଧୋକା,ଚୋରି,ଅପରାଧିକ ଷଡ଼ଯନ୍ତ୍ର, ଆଦି ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା | କୋର୍ଟ ଏହି ମାମଲାପରେ ରାଜୀବ ମେହେତାଙ୍କୁ ଅଭ୍ୟାସଗତ ଚୋର ବୋଲି ଆଖ୍ୟା ଦେଇଥିଲା |

କୋର୍ଟଙ୍କ ରାୟ ପରେ ଏବଂ ସିବିଆଇର ମାମଲା ରୁଜୁ ପରେ, ରାଜୀବ ଯୁକ୍ତରାଷ୍ଟ୍ର ଆମେରିକା ଫେରାର ହୋଇଯାଇଥିଲେ | ଏହାପରେ ରାଜୀବଙ୍କ ନାଁରେ ଇଣ୍ଟରପୋଲ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା | ଇଣ୍ଟରପୋଲ ରାଜୀବକୁ ଧରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିଥିଲା | ଏବଂ ଇଣ୍ଟରପୋଲରେ ଥିବା ସଦସ୍ୟ ଥିବା ରାଷ୍ଟ୍ରମାନଙ୍କୁ ସୂଚନା ଦେଇଥିଲେ | ଏହାପରେ ବହୁ ଚେଷ୍ଟା ଫଳରେ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରୁ ଧରିଥିଲା |

Leave a Reply

Your email address will not be published. Required fields are marked *