Pratidin TV

Odisha's Digital News Platform

୩୩ ବର୍ଷ ପରେ ଏକାଠି ହେଲେ ରଜନୀକାନ୍ତ ଓ ବିଗବି , ଫଟୋ ସେୟାର କରି ଅମିତାଭ ଲେଖିଲେ ନିଜ ମନର କଥା …

1 min read

ଜଣେ ବଲିଉଡର ଶେହେନ୍ସା ଆଉ ଜଣେ ଟଲିଉଡର ବାଦଶାହା ଏବେ ଗୋଟିଏ ଫ୍ରେମରେ । ଭାରତର ଦୁଇ ଭେଟେରାନ ଅଭିନେତା ଦୀର୍ଘ ଦଶନ୍ଧି ଧରି ଭାରତୀୟଙ୍କ ମନୋରଞ୍ଜନ କରିଆସୁଛନ୍ତି । ତାଙ୍କୁ ଭାରତୀୟ ମାନେ ଅନେକ ଭଲପାଇବା ଦେଇଛନ୍ତି । ଏବେ ପୁଣିଥରେ ଏହି ଦୁଇ ମହାନ ନାୟକଙ୍କୁ ଏକାଠି ଦେଖିବାକୁ ମିଳିଛି । ଖୁବ୍ ଶୀଘ୍ର ଦୁହେଁ ଏକାଠି ‘ଭ୍ୟାଟିୟନ’ ଫିଲ୍ମରେ ନଜର ଆସିବେ । ସୁଟିଂ ସେଟରୁ ଉଭୟ ଅଭିନେତାଙ୍କ ଫଟୋ ସାମ୍ନାକୁ ଆସିଛି । ଦୀର୍ଘ ୩୩ ବର୍ଷ ରଜନିକାନ୍ତଙ୍କ ସହ କାମ କରିବାର ଅଭିଜ୍ଞତା ବାଣ୍ଟିଛନ୍ତି ଅମିତାଭ । ବିଗ୍ ବି ସେହି ସ୍ମରଣୀୟ ମୂହୂର୍ତ୍ତର ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି ।

ଅମିତାଭ ନିଜ ଇନଷ୍ଟାଗ୍ରାମରେ ରଜନିକାନ୍ତଙ୍କ ସହିତ ସେହି ସ୍ମରଣୀୟ ମୂହୁର୍ତ୍ତର ଫଟୋ ସେୟାର କରି ଲେଖିଛନ୍ତି “ ମୁଁ ପୁଣି ଥରେ ଥଲା ଦ ଗ୍ରେଟ ରଜନି ସହିତ କାମ କରି ଗୌରବନିତ୍ୱ ଅନୁଭବ କରୁଛି । ସେ ୩୩ ବର୍ଷ ମଧ୍ୟରେ ଟିକେବି ବଦଲି ନାହିଁ ସେହି ନମ୍ର୍‌ତା ଭୂମି ସହିତ ଯୋଡି ହୋଇ ସେହି ମହାନତା ତାଙ୍କ ପାଖରେ ଦେଖିବାକୁ ମିଳିଛି । ଦୁଇ ଅଭିନେତାଙ୍କ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ପ୍ରଶଂସକ ଦୁଇ ଅଭିନେତାଙ୍କ ଢେର ସାରା ଭଲପାଇବା ଦେଇଛନ୍ତି । ତେବେ ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନ ୩୩ ବର୍ଷ ପରେ ସ୍କ୍ରିନ୍ ସେୟାର କରିବେ । ଦୁହେଁ ଶେଷ ଥର ପାଇଁ ୧୯୯୧ ଫିଲ୍ମ ‘ହମ୍‌’ରେ ନଜର ଆସିଥିଲେ । ତେବେ ମୁକୁଲ ଏସ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଗୋବିନ୍ଦା, ମୁକୁଲ ଏସ ଆନନ୍ଦ, ଅନୁପମ ଖେର, କାଦର ଖାନ, ଡାନି ଡେନଜୋଙ୍ଗପା, ଶିଳ୍ପା ଶିରୋଦକର ଏବଂ ଦୀପା ସାହି ଏକାଠି ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *