Pratidin TV

Odisha's Digital News Platform

ବାହାଘରର ୫ ବର୍ଷପରେ ବଳି ପଡିଗଲା ବୋହୁ

1 min read

ନିର୍ଯାତନା ପରେ ବୋହୂକୁ ହତ୍ୟା କଲେ ଶାଶୁ ଘର ଲୋକ | ଏପରି ଘଟଣା କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗ୍ରାମ ଗଉଡ଼ସାହିରେ ଘଟିଛି | ପରେ ବଧୂ ହତ୍ୟା ଅଭିଯୋଗ ଆଣିଲେ ଝିଅର ପରିବାର ଲୋକ ।ସୂଚନା ଅନୁଯାୟୀ ୫ ବର୍ଷ ତଳେ ଫୁଲପଡ଼ା ଗ୍ରାମର ନୀଳମଣି ବେହେରାଙ୍କ ଝିଅ ସୁନିତା ବେହେରାଙ୍କୁ ଚମ୍ପେଶ୍ୱର ଗଉଡ଼ସାହିର ସୁଧାଂଶୁ ଦାସକୁ ବିବାହ କରାଇଥିଲେ । ତାଙ୍କର ଗୋଟେ ଦୁଇ ବର୍ଷର କନ୍ୟା ସନ୍ତାନ ମଧ୍ୟ ଅଛି । ହେଲେ ବାହାଘରର କିଛି ଦିନ ପରେ ଝିଅର ଶାଶୁ ଘର ଲୋକ ଝିଅକୁ ନିର୍ଯ୍ୟାତନା ଦେଇ ଆସୁଥିଲେ ହେଲେ ଆଜି ସକାଳୁ ଝିଅକୁ ମାରିଦେଇ କାହାକୁ ନଜଣାଇ ଦୁଇ ବର୍ଷର କନ୍ୟା ସନ୍ତାନ କୁ ନେଇ ଶାଶୁ , ନଣନ୍ଦ , ସ୍ବାମୀ ଘରୁ କୁଆଡେ ପଳାଇ ଯାଇଛନ୍ତି |

ତେବେ କାନପୁର ଥାନାରେ ସୁନୀତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ ଆଣିଛନ୍ତି।ଏତେଲା ପରେ ପୋଲିସ ତନାଘନା ଚଳାଇଛି ଓ ଘଟଣା ସ୍ଥଳରେ ଆଠଗଡ଼ SDPO ସ୍ଥାନୀୟ ତହସିଲଦାର ପହଞ୍ଚି ଯାଞ୍ଚ କରିଛନ୍ତି । ଏ ନେଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଝିଅ ଘର ପକ୍ଷରୁ ନିକଟସ୍ଥ କାନପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଯାହା କେସ ନମ୍ବର ୩୧ , ଆଇ ପି ସି ୪୯୮ , ୩୦୨ , ୩୪୨ ଅନୁସାରେ କାନପୁର ଥାନାର ସବ ଇନ୍ସପେକ୍ଟର କେ ସି ଦାସ ଏହି କେସ ଭାର ନେଇଛନ୍ତି । ତେବେ ସ୍ଥାନୀୟ ତହସିଲଦାର ଏବଂ ଏସ ଡି ପିଓ ଙ୍କ ଉପସ୍ଥିତି ରେ ଶବ କୁ ବ୍ୟବଚ୍ଛଦ ପାଇଁ ବଡ଼ମ୍ବା ମେଡିକାଲକୁ ପଠାଯାଇଛି ।

Advertisement

Leave a Reply

Your email address will not be published. Required fields are marked *