Pratidin TV

Odisha's Digital News Platform

୬ ବର୍ଷ ପରେ ଜାମ୍ମୁ-କାଶ୍ମୀରରୁ ଶେଷ ହେଲା ରାଷ୍ଟ୍ରପତି ଶାସନ, ଖୁବଶୀଘ୍ର ଆରମ୍ଭ ହେବ ଅବଦୁଲ୍ଲା ଯୁଗ…

1 min read

ପ୍ରାୟ ୬ ବର୍ଷ ପରେ ଜମ୍ମୁ-କଶ୍ମୀରରୁ ରାଷ୍ଟ୍ରପତି ଶାସନକୁ ହଟାଇ ଦିଆଯାଇଛି। ରବିବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରରୁ ହଟିଛି ରାଷ୍ଟ୍ରପତି ଶାସନ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା। ବର୍ତ୍ତମାନ ଜମ୍ମୁ କଶ୍ମୀରରେ ନୂତନ ସରକାର ଗଠନ ଲାଗି ଓମାର ଅବଦୁଲ୍ଲାଙ୍କ ପାଇଁ ବାଟ ଫିଟିଛି।

ଜମ୍ମୁ କଶ୍ମୀରରେ ୧୦ ବର୍ଷ ତଳେ ଅର୍ଥାତ ୨୦୧୪ ମସିହାରେ ଶେଷ ନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ଜମ୍ମୁ-କଶ୍ମୀରରେ ବିଜେପି-ପିଡିପିର ଗଠବନ୍ଧନ ସରକାର ହୋଇଥିଲା। ୨୦୧୮ ମସିହାରେ ବିଜେପି ଗଠବନ୍ଧନରୁ ଓହରି ଯାଇଥିଲା। ଯାହାଫଳରେ ଜମ୍ମୁ-କଶ୍ମୀର ସରକାର ଭାଙ୍ଗି ଯାଇଥିଲା ଏବଂ ମେହବୁବୁା ମୁଫତୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେବେଠୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଯେଉଁଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Advertisement

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ନୂତନ ସରକାର ଗଠନ ପାଇଁ ଚାଲିଛି ପ୍ରସ୍ତୁତି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଏନ୍‌ସି ମେଣ୍ଟକୁ ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନ୍ୟାସନାଲ କନ୍‌ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ ମିଳିତ ମେଣ୍ଟର ନେତା ଭାବରେ ନିର୍ବାଚିତ ହୋଇଛନ୍ତି।

ବିଧାନସଭା ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ନ୍ୟାସନାଲ କନଫରେନ୍ସକୁ ମଧ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିବା ଆରମ୍ଭ ହୋଇଛି। ଜମ୍ମୁର ଚମ୍ବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତିଥିବା ସ୍ୱାଧୀନ ନେତା ସତୀଶ ଶର୍ମା ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଛନ୍ତି। ରବିବାର ଡୋଡାରେ ଏକ ରାଲିକୁ ସମ୍ବୋଧିତ କରି ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ଗଠନରେ ଏନସିକୁ ପୂର୍ଣ୍ଣ ସମର୍ଥନ କରିବ।

Leave a Reply

Your email address will not be published. Required fields are marked *