କିଛି ଘଣ୍ଟା ପରେ ନେବେ ଶପଥ, ଏହାପୂର୍ବରୁ ଜନସାଧାରଣଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
1 min readଓଡ଼ିଶାରେ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ମାଝୀ | ଶପଥ ନେବା ପୂର୍ବରୁ ସାଧାରଣ ଲୋକଙ୍କ ଦୁଃଖ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ଏହାସହ ସାଧାରଣ ଲୋକଙ୍କ ଭଲମନ୍ଦ ବିଷୟରେ ବୁଝିଛନ୍ତି | ସେହିପରି ଭାବରେ ରାସ୍ତା କଡ଼ରେ ଛିଡା ହୋଇଥିବା ପରିବହନ ବିଭାଗର ଜଣେ ପିଅନଙ୍କ ସହ କଥା ହୋଇ ଭଲ ମନ୍ଦ ପଚାରି ବୁଝିଥିଲେ ଭାବି ମୁଖ୍ୟମନ୍ତ୍ରୀ। ତାଙ୍କ ସମସ୍ୟା ଓ ଅସୁବିଧା ଶୁଣିଥିଲେ। ପିଅନ ଜଣଙ୍କ ସ୍ପଳ୍ପ ଦରମାରେ ପେଟ ପୁରୁନଥିବା କହିଥିଲେ | ଭାବି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେବା ସହ ତାଙ୍କର ଦୁଃଖ ବୁଝାଯିବ ବୋଲି କହିଥିଲେ।
ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଗୋଟିଏ ସରକାର ୨୪ବର୍ଷ ବର୍ଷ ଶାସନରେ ରହିଲା, ଏହାରି ମଧ୍ୟରେ ସାଧାରଣଲୋକଙ୍କ ଅଧିକାଂଶ ସମସ୍ୟା ପୂରଣ ହୋଇଯିବା କଥା। ହେଲେ ତାହା ହୋଇନାହିଁ। ସ୍ପଳ୍ପ ଦରମାରେ ଜଣେ କର୍ମଚାରୀଙ୍କ ପରିବାର ପୋଷଣ କରିବା କଷ୍ଟକର ହୋଇପଡ଼ୁଥିବା ଅଭିଯୋଗ ଆଣିଛନ୍ତି। ପେଟ ପୂରିବା ପାଇଁ ନୂଆ ସରକାର ଯଦି କିଛି କରିବେ ତାହାହେଲେ ଖୁସି ହେବେ ବୋଲି ଭାଇ ଜଣଙ୍କ ମୋ ପାଖରେ କହିଛନ୍ତି। ପ୍ରଥମେ ୧୦୦ ଦିନର କାର୍ଯ୍ୟକ୍ରମ ରଖାଯିବ, ଗରିବ ଲୋକଙ୍କ ପାଇଁ କାମ ହେବ ବୋଲି ଭାବି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆହୁରି ବହୁ ସାଧାରଣ ଲୋକଙ୍କ ପଚାରି ବୁଝି ସମସ୍ତଙ୍କ ସମସ୍ୟା ଶୁଣିଥିଲେ ମୋହନ ମାଝୀ | ଆଉ କିଛି ଘଣ୍ଟା ପରେ ନେବେ ଶପଥ | ଏହାପୂର୍ବରୁ ସାଧାରଣ ଲୋକାନାଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ |