Pratidin TV

Odisha's Digital News Platform

ଆଉ କିଛି କ୍ଷଣ ଅପେକ୍ଷା ପରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା 

1 min read

ଆଉ ମାତ୍ର କିଛି ସମୟ | ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୨ୟ ପର୍ଯ୍ୟାୟ ଟଙ୍କା | ସମସ୍ତ ଆବେଦଦାନକାରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପଠାଇବେ ରାଜ୍ୟ ସରକାର |ଆଜି ୧୨ଟା ସୁଦ୍ଧା ପ୍ରତ୍ୟକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାର କାର୍ଯ୍ୟ ଶଷେଶ ହେବ | ଏହି ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର କିସ୍ତି ମିଳିବ | ତେବେ ଏହାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା |

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ। ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଉ କିଛି ମନ୍ତ୍ରୀ ବି ଉପସ୍ଥିତ ରହିବେ।

Advertisement

ସୁଭଦ୍ରା ଯୋଜନାରେ ୧ କୋଟି ମହିଳା ପଞ୍ଜିକରଣ କରିସାରିଥିବା ବେଳୀ ୨ୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ | ତେବେ ଯେଉଁମାନେ ଏହି ପର୍ଯ୍ୟାୟରେ ସାମିଲ ହେବେ ନାହିଁ ସେମାନଙ୍କୁ ନିରାଶ ରହିବାକୁ ମଧ୍ୟ ଅପିଲ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ |

Leave a Reply

Your email address will not be published. Required fields are marked *