(ଭିଡିଓ)ବାଇକ୍ ଚାଳକଙ୍କୁ ଚକାତଳେ ଚାପିଦେଲା ବସ୍ , ରାଗରେ ନିଆଁ ଲଗାଇଲେ ସ୍ଥାନୀୟଲୋକେ..
1 min readବାରିପଦା : ନୂଆ ବର୍ଷରେ ପୁଣି ଅଘଟଣା । ନାହିଁ ଟ୍ରାଫିକ୍ ବ୍ୟବସ୍ଥା ହନ୍ତସନ୍ତ ସାଧାରଣ ଲୋକେ । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ରାଗରେ ବସ୍ରେ ନିଆଁ ଲଗାଇଦେଲେ ସାଧାରଣ ଲୋକେ ।ଏଭଳି ଏକ ଅଭାବନୀୟ ଘଟଣା ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ଦେଇ ଜାତୀୟ ରାଜପଥ ୧୮ରେ ଆଜି ୪ଟା ସମୟରେ ଯାଉଥିବା ରଞ୍ିତା ନାମକ ବସ୍ଟି ଦୁର୍ଘଟଣା ଘଟାଇଛି । ବସଟି ଯାତ୍ରୀମାନଙ୍କୁ ଧରି ଦୃତଗତିରେ ଆସୁଥିବା ସମୟରେ ବାରିପଦା ଟାଉନ ଥାନା ଅନ୍ତଗର୍ତ ଟେଲକୋ ଛକଠାରେ ନିଜର ଭାରସାମ୍ୟ ହରାଇ ଥିଲା । ଫଳରେ ପ୍ରଥମେ ସେ ଡିଭାଇଡର ପିଟିହୋଇ ତାକୁ ଭାଙ୍ଗି ବାଇକ୍ ଚାଲକଙ୍କ ଉପରେ ମାଡିଯାଇଥିଲା ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଚାଳକ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ତାଙ୍କର ଗୋଟେ ଗୋଡ ଉପରେ ବସ୍ ଚକ ସମ୍ପୂର୍ଣ୍ଣ ଭାବେ ଚଢିଯିବାରୁ ତାହା ନଷ୍ଟ ହୋଇଯାଇଥିଲା । ଗୁରୁତର ଆହତ ଜଣଙ୍କ ବାରିପଦା କୁଚେଇ ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟପଟେ ବାଇକ୍କୁ ଧକ୍କାଦେବା ପରେ ଡ୍ରାଇଭର ଜଣଙ୍କ ସେଠାରୁ ଫେରାର୍ ହୋଇଯାଇଥିଲା । ଉତ୍ତ୍ୟକ୍ତ ଲୋକମାନେ ରାଗରେ ବସ୍ଟିରେ ନିଆଂ ଲଗାଇ ଦେଇଥିଲେ । ଖବର ପାଇ ଅଗ୍ନଶମ ବାହିନୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଥିଲେ । ଏବଂ କିିଁ ସମୟ ପରେ ସେଥିରେ ସଫଳ ମଧ୍ୟ ବସ୍ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଘଟଣା ସ୍ଥଳରେ ହଜାର ହଜାର ଲୋକଥିବାରୁ ସେମାନଙ୍କ ମଧ୍ୟରୁ ବସ୍ରେ କିଏ ନିଆଁ ଲଗାଇଥିଲେ । ତାହ ବର୍ତ୍ତମାନ ସୁଦ୍ଧା ସ୍ଫଷ୍ଟ ହୋଇନାହିଁ ।
ତେବେ ସେଠାରେ ଉପସ୍ଥିତ ଥିବା ଲୋକମାନେ ନିଜର ମତ ଗଣମାଧ୍ୟମ ଆଗରେ ପ୍ରକାଶ କହିଛନ୍ତି ଯେ ଉକ୍ତ ସ୍ଥାନରେ ଟ୍ରାଫିକ୍ ବ୍ୟବସ୍ଥା ନଥିବାରୁ ଏତ୍ପି ପରିସ୍ଥିତି ଘଟୁଛି । ଆଜି କାହାର ପୁଅ , କାହାର ଭାଇ କାହାର ସ୍ୱାମୀ ପୁଣି କାହା ପରିବାରର ରୋଜଗାରିଆ ପୁଆ ପଙ୍ଗୁ ହୋଇଗଲା । ତାଙ୍କୁ ଜୀବନା ସାରା ପୋଶିବ କିଏ ? ସରକାର କଣ ବୁଝିବେ ଏସବୁ ? ଏଭଳି ଅନେକ ପ୍ରଶ୍ନ ନେଇ ନିଜ ମତାମତ ଜଣାଇଥିଲେ ଗଣମାଧ୍ୟମ ଆଗରେ ।