୨୫ ବର୍ଷର କଠିନ ଯାତ୍ରା ପରେ ଓଡ଼ିଶା ଜନତାଙ୍କୁ ନ୍ୟାୟ ଦେବାର ସମୟ ଆସିଛି -କନକ ବର୍ଦ୍ଧନ ସିଂହ ଦେଓ
1 min readଦୀର୍ଘ ୨୫ ବର୍ଷ ପରେ ଓଡିଶାରେ ବିଜେପି ଗଡ ହାତେଇଛି । ମୋହନ ମାଝୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି । ତାଙ୍କ ସହ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏନେଇ କନକ ବର୍ଦ୍ଧନ ସିଂହ ଦେଓ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ୨୫ ବର୍ଷର କଠିନ ଯାତ୍ରା ପରେ ଓଡ଼ିଶା ଜନତାଙ୍କୁ ନ୍ୟାୟ ଦେବାର ସମୟ ଆସିଛି । ଓଡିଶାର ସାଢେ ଚାରି କୋଟି ଲୋକଙ୍କ ପାଖରେ ସବୁ ପ୍ରକାର ସୁବିଧା ପହଞ୍ଚିବ ଯାହା ଆମେ ପ୍ରତିଶୃତି ଦେଇଛୁ ।